ବଡ଼ବିଲଥାନା ଅନ୍ତର୍ଗତ ପେଟ୍ରୋଲ ପମ୍ପରେ, ପାଣିମିଶା ପେଟ୍ରୋଲ ଦେଉଥିବା ଅଭିଯୋଗ।

ପେଟ୍ରୋଲ ପମ୍ପରେ ପାଣିମିଶା ପେଟ୍ରୋଲ ଦେଉଥିବା ଅଭିଯୋଗ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ନିଉମାର୍କେଟ ନିକଟସ୍ଥ ପେଟ୍ରୋଲ ପମ୍ପରେ ଲୋକଙ୍କୁ ପାଣିମିଶା ପେଟ୍ରୋଲ ଦେଉଥିବା ଅଭିଯୋଗ ହୁଏ। ଆଜି ସନ୍ଧ୍ୟାରେ କିଛି ଯୁବକ ବଡ଼ବିଲ ନିଉମାର୍କେଟ ନିକଟସ୍ଥ ପେଟ୍ରୋଲ ପମ୍ପରେ ନିଜ ମୋଟରସାଇକେଲ ରେ ପେଟ୍ରୋଲ ଭରିଥିଲେ, କିନ୍ତୁ ସେମାନେ ଜାଣିବାକୁ ପାଇଲେ କି ଉକ୍ତ ପେଟ୍ରୋଲ ପମ୍ପରେ ପାଣିମିଶା ପେଟ୍ରୋଲ ସେମାନଙ୍କ ମୋଟର ସାଇକେଲରେ ଭର୍ତ୍ତି ହୋଇଛି, ଏହି ଘଟଣାକୁ ନେଇ କିଛି ସମୟ ପାଇଁ ଉକ୍ତ ପେଟ୍ରୋଲ ପମ୍ପରେ ଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ପେଟ୍ରୋଲ ପମ୍ପ କର୍ମଚାରୀ ଙ୍କୁ ଏ ବିଷୟରେ ପଚାରିବାରୁ ସେ କୌଣସି ଉତ୍ତର ଦେବାକୁ କୁଣ୍ଠାବୋଧ କରିଥିଲେ। ତେବେ ଆଞ୍ଚଳିକ ପ୍ରଶାସନ ପକ୍ଷରୁ ଉକ୍ତ ପେଟ୍ରୋଲ ପମ୍ପ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୁଏ ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



