ଗ୍ରାମ୍ୟ ମୁଖିଆଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା
କୁଚିଣ୍ଡା:୭/୯: କୁଚିଣ୍ଡା ନିକଟସ୍ଥ ସ।ତକମ। ଗ୍ରାମର ଜଣେ ମୁରବି ସ୍ତରୀୟ ବ୍ୟକ୍ତି କବି ମନୋରଞ୍ଜନ ପଟେଲ ଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ସମାଜସେବୀ ସୁବାସ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଶ୍ରଦ୍ଧଅଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ଅଖିଳ ଭାରତୀୟ। ଅଘରିଆ ସମାଜର ପୂର୍ବତନ ରାଜ୍ୟ ସଭାପତି ଦ୍ୱୟ ଗଙ୍ଗାଧର ନାଏକ, ନରେଶ ନାଏକ, ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ଅବସର ପ୍ରାପ୍ତ ପି ଜି କାଉନସିଲ ଅଧ୍ୟକ୍ଷ ସତୀଶ ପଟେଲ,ବାମରା ଟ୍ରଷ୍ଟ ଫଣ୍ଡ କଲେଜ୍ ର ଅବସର ପ୍ରାପ୍ତ ଅଧ୍ୟକ୍ଷ ଶରତ ଚନ୍ଦ୍ର ଚୌଧୁରୀ ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କୈଳାସ ବିହାରୀ ଚୌଧୁରୀ,ବିନୋଦ ବିହାରୀ ପଟେଲ, ପ୍ରଜ୍ଵଲ୍ ପଟେଲ, ପ୍ରସନ୍ନ ପଟେଲ, ପ୍ରମୁଖ ସ୍ୱର୍ଗତ ପଟେଲ ଙ୍କ ସ୍ମୃତି ଉପରେ ଆଲୋଚନା କରିବା ସହ ସେ ଜଣେ ଦରଦୀ ମଣିଷ ଥିଲେ ବୋଲି କହିଥିଲେ ।ଶ୍ରୀମତୀ ଅନିତା ପଟେଲ ସ୍ଵାଗତ ଭାଷଣ ଦେଇଥିବା ବେଳେ ଶେଷରେ ସମିଟ ରଞ୍ଜନ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।ପ୍ରାରମ୍ଭ ସ୍ୱର୍ଗତ ଆତ୍ମାର ସଦଗତି କାମନା କରି ନୀରବ ପ୍ରାର୍ଥନା କରାଯିବା ସହ ଫଟୋ ଚିତ୍ର ରେ ଫୁଲ ଓ ଧୂପ ପ୍ରଦାନ କରା ଯାଇ ଥିଲା ।
ସମ୍ବଲପୁର ରୁ ନରେନ୍ଦ୍ର ସାହୁ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନୀଉଜ୍।



