ବ୍ୟାସନଗର ଠାରେ ଅର୍ବାନ୍ ପି.ଏଚ୍.ସି., ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର ମଣ୍ଡଳ ନୂତନ କାର୍ଯ୍ୟାଳୟ ଓ କ୍ୱାର୍ଟର ନିର୍ମାଣର ଶୁଭ ଭିତିପ୍ରସ୍ତର ସ୍ଥାପନ

ବ୍ୟାସନଗର, ୮/୦୯ : ଆଜି ସକାଳ ୧୧ ଘଟିକା ସମୟରେ ବ୍ୟାସନଗର ପୌରପରିଷଦ ପାନ୍ଥିକା ଠାରେ ଅର୍ବାନ୍ ପି.ଏଚ୍.ସି.ର ଶୁଭ ଭିତିପ୍ରସ୍ତର ସ୍ଥାପନ କରିଥିଲେ ଶ୍ରୀଯୁକ୍ତ ଆକାଶ ଦାସନାୟକ, ମାନ୍ୟବର ବିଧାୟକ କୋରେଇ ତଥା ଯାଜପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ । ତା’ପରେ ସିଟି ଏବଂ ଜି.ଏସ୍.ଟି. ଅଫିସ୍ ଠାରେ ନୂତନ ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର ମଣ୍ଡଳ, ଯାଜପୁର, ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର ପ୍ରବର୍ତନ ଏକକ, ଯାଜପୁର ରୋଡ ନୂତନ କାର୍ଯ୍ୟାଳୟର ୧୨ ଗୋଟି ସି-ଟାଇପ୍ କ୍ୱାର୍ଟର, ୧୨ ଗୋଟି ଇ-ଟାଇପ୍ କ୍ୱାର୍ଟର, ୧ ଗୋଟି ୫ ଆର୍-ଟାଇପ୍ କ୍ୱାର୍ଟର ନିର୍ମାଣ ନିମନ୍ତେ ମାନ୍ୟବର ବିଧାୟକ ଶୁଭ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର ମଣ୍ଡଳ, ଯାଜପୁର, ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର ପ୍ରବର୍ତନ ଏକକ, ଯାଜପୁର ରୋଡ ନୂତନ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ୪ କୋଟି ୪୮ ଲକ୍ଷ ଟଙ୍କା ଅର୍ଥ ମଂଜୁର ହୋଇଅଛି । ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର କ୍ଷେତ୍ରୀୟ ଚକଲା, ଯାଜପୁର, ଯାଜପୁର ରୋଡ ଠାରେ ୧୨ ଗୋଟି ସି-ଟାଇପ୍ କ୍ୱାର୍ଟର ନିର୍ମାଣ ନିମନ୍ତେ ୯ କୋଟି ୯ ଲକ୍ଷ ଟଙ୍କା ଅର୍ଥ ମଂଜୁର ହୋଇଅଛି । ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର କ୍ଷେତ୍ରୀୟ ଚକଲା, ଯାଜପୁର, ଯାଜପୁର ରୋଡ ଠାରେ ୧୨ ଗୋଟି ଇ-ଟାଇଫ୍ କ୍ୱାର୍ଟର ନିର୍ମାଣ ନିମନ୍ତେ ୩ କୋଟି ୨୭ ଲକ୍ଷ ଟଙ୍କା ଅର୍ଥ ମଂଜୁର ହୋଇଅଛି । ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର କ୍ଷେତ୍ରୀୟ ଚକଲା, ଯାଜପୁର, ଯାଜପୁର ରୋଡ ଠାରେ ୧ ଗୋଟି ୫ ଆର୍-ଟାଇପ୍ କ୍ୱାର୍ଟର ନିର୍ମାଣ ନିମନ୍ତେ ୧ କୋଟି ଟଙ୍କା ଅର୍ଥ ମଂଜୁର ହୋଇଅଛି । ବ୍ୟାସନଗର ପୌରପରିଷଦ ଅର୍ବାନ ପି.ଏଚ୍.ସି. ନିର୍ମାଣ ନିମନ୍ତେ ୧ କୋଟି ୧୮ ଲକ୍ଷ ଟଙ୍କା ଅର୍ଥ ମଂଜୁର ହୋଇଅଛି । ଏହି ପ୍ରକଳ୍ପ ଗୁଡିକୁ ଶ୍ରୀଯୁକ୍ତ ଆକାଶ ଦାସନାୟକ ମାନ୍ୟବର ବିଧାୟକ କୋରେଇ ତଥା ଯାଜପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କ କରକମଳରେ ଶୁଭ ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ବ୍ୟାସନଗର ପୌରପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ବଳ, ଶ୍ରୀଯୁକ୍ତ ମୁକ୍ତିରଞ୍ଜନ ଆଚାର୍ଯ୍ୟ, ଓ.ଏଫ୍.ସି. (ଏନ୍.ଏ.ଜି.) ଅତିରିକ୍ତ ବାଣିଜ୍ୟକର ଏବଂ ସେବାକର ଆୟୁକ୍ତ କ୍ଷେତ୍ରୀୟ ଚକଲା, ଯାଜପୁର, ଯାଜପୁର ରୋଡ, ଶ୍ରୀଯୁକ୍ତ ଲାଲ୍ ବାହାଦୁର ବିଶ୍ୱାଳ, ଓ.ଏଫ୍.ଏସ୍.-୧ (ଏସ୍.ଜି), ଯୁଗ୍ମ ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର ଆୟୁକ୍ତ, ଯାଜପୁର ମଣ୍ଡଳ, ଯାଜପୁର ରୋଡ, ଟ୍ୟାକ୍ସ ବାର୍ ଆସୋସିଏସନ୍ ସଭାପତି ବିବେକାନନ୍ଦ ମହାନ୍ତି, ସଂପାଦକ ଧନେଶ୍ୱର ବାରିକ, ବଣିକ ସଂଘ ସଭାପତି ସଦାଶିବ ଦାଶ, ବ୍ୟାସଦେବ ମଣ୍ଡଳ ସଭାପତି ଅଚ୍ୟୁତାନନ୍ଦ ଦାଶ, ବ୍ୟାସନଗର ବିଧାୟକ ପ୍ରତିନିଧି ଶିଶିର କୁମାର ସାହୁ, ବ୍ୟାସନଗର ସାଂସଦ ପ୍ରତିନିଧି ନିରଞ୍ଜନ ଘଡାଇ, ଜିଲ୍ଲା ସଂପାଦକ ଅଯୋଧ୍ୟା ଜେନା, ବ୍ୟାସନଗର ପୌର ପରିଷଦର କାଉନସିଲର ମଣିନ୍ଦ୍ର କୁମାର ସାହୁ, ଅଶୋକ କୁମାର ରାଉତ, ରଶ୍ମିତା ରାଉତ, ଭରତ ଓଝା, ବ୍ୟାସଦେବ ମଣ୍ଡଳ ଯୁବ ସଭାପତି ଜିତେନ୍ଦ୍ର ବେହୁରା, ଯାଜପୁର ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ଦୀପ୍ତିମୟୀ କୁଅଁର, ବ୍ୟାସଦେବ ମଣ୍ଡଳ ସଂପାଦକ ପ୍ରଶାନ୍ତ ବୋଇତାଇ, ଜିଲ୍ଲା ମହିଳା ମୋର୍ଚ୍ଚା ସଂପାଦିକା ସ୍ୱର୍ଣ୍ଣପ୍ରଭା ନାୟକ, ପ୍ରୀତିରଞ୍ଜନ ସାହୁ, ପ୍ରିୟବ୍ରତ ସାହୁ, ସୁନିଲ ବଳ, ଗୌରାଙ୍ଗ ସାହୁ, ଅଜିତ ପରିଡା, ସୁଶିଲ ମଲ୍ଲିକ, ତରୁଣ ଦାସ, ସପନ ଖୁଂଟିଆ, ରାଣୀ ସାମଲ, ଆଶା ମହାନ୍ତି, ନିବେଦିତା ଜେନା, ତିଳୋତମା ସେଠୀ, ସନ୍ଧ୍ୟାରାଣୀ ସାହୁ, କୃଷ୍ଣଚନ୍ଦ୍ର ରାଉତ, ପ୍ରଦୀପ ମଲ୍ଲିକ, ସନ୍ଦୀପ ପରିଡା, ପ୍ରକାଶ ଧଳ, ରାକେଶ ଜେନା ପ୍ରମୁଖ ଯୋଗଦେଇଥିଲେ ।





