ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ମଧ୍ୟ ଖାତିରି କଲେ ନାହିଁ RD ଅଧିକାରି, ଆଣ୍ଠିଏ ପାଣିରେ ମୁଖ୍ୟମନ୍ତ୍ରୀ ବସ ଚାଲୁଛି
ଗୋଲାମୁଣ୍ଡା/୧୦/୯/୨୬କପୁରଚନ ସେଠିଆ ଙ୍କ ରିପୋଟ ଜାଗ୍ରତଭାରତ ନିୟୁଜ /( କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୈଜଲ ପୁର ରୁ ସୁକ୍ନୀମୁଣ୍ଡା ଛକ ପର୍ଯ୍ୟନ୍ତ RD ରାସ୍ତା ବିପଦ ସଙ୍କୁଳ ଅବସ୍ଥାରେ ଥିବା ନେଇ ଗତ ତା ୩/୮/୨୬ ଦିନ ଜିଲ୍ଲା ପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଗୋଲାମୁଣ୍ଡା ବ୍ଲକ ଡ଼ମ୍ବ ସମାଜ ବିକାଶ ପରିଷଦ ପକ୍ଷରୁ ଦାବି ପତ୍ର ପ୍ରଦାନ କରା ଯାଇଥିଲା, ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଆଦର୍ଶ ବିଦ୍ୟାଳୟ,ହାଇସ୍କୁଲ, କଲେଜ ଛାତ୍ର ଛାତ୍ରୀ ଓ ସାଧାରଣ ଜନତା ଦୈନିକ ମୁଖ୍ୟ ମନ୍ତ୍ରୀ ବସରେ ଯାତାୟାତ କରୁ ଥାନ୍ତି, ବୈଜଲ ପୁର ରୁ ସୁକ୍ନୀମୁଣ୍ଡା ପ୍ରାୟ ଦୁଇ କିଲୋ ମିଟର ପର୍ଯ୍ୟନ୍ତ ରାସ୍ତା ଗାତ ସୃଷ୍ଟି ହୋଇଛି, ବର୍ଷା ପାଣିରେ ଗାତରେ ଆଣ୍ଠୁଏ ପାଣି ଜମା ହେବା ହେତୁ ମୁଖ୍ୟ ମନ୍ତ୍ରୀ ବସ ଯାତାୟାତ ବାଧାପ୍ରାପ୍ତ ଘଟୁଛି, ଏ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ଦେଖା ଦେବାରୁ ଗତ ତା ୭/୭/୨୬ ଦିନ ଜନ ସଂଗ୍ରାମ ସମିତିର ସଭାପତି ଶାଉଲ ମଙ୍ଗରାଜ ଙ୍କ ନେତୃତ୍ବରେ ରାସ୍ତାର ମରାମତି ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ଜଣାଇ ଥିଲେ ମଧ୍ୟ ନ ଶୁଣିବାରୁ ଗତ ତା ୩/୮/୨୬/ଦିନ ଜିଲ୍ଲା ପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଗୋଲାମୁଣ୍ଡା ବ୍ଲକ ଅଭିଭାବକ ପକ୍ଷରୁ ଡ଼ମ୍ବ ସମାଜ ବିକାଶ ପରିଷଦ ସଭାପତି ରାମ କୁମାର ସେନାପତି, ଭାଗ୍ୟବାନ ବାଗ, ଉଦିଆ ନିଆଲ, ଭୂବନେ ସୁନାନୀ, ପ୍ରମୁଖ ଦାବି ପତ୍ର ପ୍ରଦାନ କରିବାରୁ ଜିଲ୍ଲା ପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ମରାମତି କରିବା ପାଇଁ ନିର୍ଦେଶ ହୋଇ ଥିଲେହିଁ ଏକ ମାସ ବିତି ଯାଇ ଥିଲେ ହିଁ ବିଭାଗୀୟ ଅଧିକାରୀ ମାନେ ଖାତିରି କଲେ ନାହିଁ, କାହାର ଛତ୍ର ଛାୟାରେ ବିଭାଗୀୟ ଅଧିକାରୀ ମାନେ ସାଧାରଣ ଲୋକଙ୍କ ସମସ୍ୟା ଅଣ ଦେଖା କରୁଛନ୍ତି ବୋଲି ବୁଦ୍ଧି ଯିବି ମହଲରେ ଅସନ୍ତୋଷ ପ୍ରକାଶ ପାଇଛି,, ତେଣୁ RD ବିଭାଗୀୟ ଅଧିକାରୀ ତୁରନ୍ତ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆଗାମି ଦିନରେ ତଥା ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପରେ ଧର୍ମଗଡ RD କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଜନ ସଂଗ୍ରାମ ସମିତିର ସଭାପତି ଶାଉଲ ମଙ୍ଗରାଜ ଓ ଡମ୍ବ ସମାଜ ବିକାଶ ପରିଷଦ ସଭାପତି ରାମ କୁମାର ସେନାପତି ପକ୍ଷରୁ ଚେତାବନୀ ଦେଇଛନ୍ତି,ଆସନ୍ତୁ ଦେଖିବା ରାସ୍ତାର ଅବସ୍ଥା ଓ ବସ କି ଭଳି ଗାତରେ ଚାଲୁ ଥିବା ଦୃଶ୍ୟ,



