ଢେଙ୍କାନାଳରେ ସପ୍ତପୁରୀ ଅମାବାସ୍ୟା ପାଇଁ ସିଧବଳରାମଜିଉଙ୍କ ମନ୍ଦିରରେ ବିଶେଷ ପୂଜା
ଢେଙ୍କାନାଳ: ପବିତ୍ର ସପ୍ତପୁରୀ ଅମାବାସ୍ୟା ଅବସରରେ ଢେଙ୍କାନାଳ କୈବଲ୍ୟ ବଜାରସ୍ଥିତ ସିଧବଳରାମଜିଉଙ୍କ ମନ୍ଦିରରେ ପାଳିତ ହୋଇଛି ସ୍ୱତନ୍ତ୍ର ନୀତିକାନ୍ତି ଓ ପୂଜାର୍ଚ୍ଚନା। ପ୍ରାତଃ ସମୟରୁ ମଙ୍ଗଳ ଆଳତି, ମହାସ୍ନାନ, ବସ୍ତ୍ର, ତୁଳସୀ ହାର ଓ ଫୁଲ ହାର ଲାଗି କରାଯାଇଥିଲା।
ପରେ ଭଲ୍ଲଭ ଭୋଗ ସହ ସକାଳ ୧୦ଟା ସମୟରେ ଖେଚେଡ଼ି ଭୋଗ ଏବଂ ମଧ୍ୟାହ୍ନରେ ମଙ୍ଗଳା ଅର୍ପଣ ପୂଜା ପରେ ଅନ୍ନଧୂପ ନୀତି ସମ୍ପନ୍ନ ହୋଇଛି। ସନ୍ଧ୍ୟାରେ ୭ ପ୍ରକାର ପୂର ଓ କାକରା ପିଠା ଭୋଗ ଲାଗି କରାଯାଇଥିଲା। ପରେ ଆଳତି ଅନୁଷ୍ଠିତ ହେବ ।
ରାତ୍ରିଧୂପ ପରେ ମନ୍ଦିରରେ ପହଡ଼ ପଡ଼ିବ।
ପୂଜକ ଶ୍ରୀବତ୍ସ ମିଶ୍ର, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, ବ୍ରଜମୋହନ ମହାପାତ୍ର, କହାଳିଆ ଟିକନ୍ ବେହେରା ଏବଂ ମନ୍ଦିର ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତିରେ ସପ୍ତପୁରୀ ଅମାବାସ୍ୟା ର ସମସ୍ତ ନୀତିକାନ୍ତି ଶ୍ରଦ୍ଧା ଓ ଭକ୍ତିର ସହ ପାଳନ କରାଯାଇଛି।



