ଜିନ୍ଦଲ କମ୍ପାନୀ ର ଜରଡ଼ା ଗ୍ରାମ ର ଜମି ହରା ଙ୍କ ଉପରେ ଦାଦାଗିରି

ଜେ ବି ଏନ୍୨୩/୧୨/୨୦୨୦(ରିପୋର୍ଟ ଚୈତନ୍ୟ ସାହୁ)ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ନିଶା ଠାରେ ଗଢି ଉଠି ଥିବା ଜିନ୍ଦଲ କମ୍ପାନୀ ର ଦିନ କୁ ଦିନ ବଢ଼ି ବାରେ ଲାଗିଛି ଜମି ହରା ପ୍ରଜା ଙ୍କ ଉପରେ ଦାଦାଗିରି l କିଛି ଦିନ ତଳେ ନିଶା ପଂଚାୟତ କାଳିଆ କଟା ଗ୍ରାମ ର ଜମି ହରା ପ୍ରଜା ଙ୍କ ଜମି କୁ ଜୋର ଜବରଦସ୍ତ ଦଖଲ କରୁ ଥିବା ବେଳେ ଏବେ ଜରପଡା ଥାନା ଜରଡା ଗ୍ରାମ ପଞ୍ଚାୟତ ର ଜମି ହରା ପ୍ରଜା ଙ୍କ ଉପରେ ଦାଦାଗିରି କଲାଣି l ଆଜିକୁ ପ୍ରାୟ 14 ବର୍ଷ ହେବ ଏ ଜିନ୍ଦଲ କମ୍ପାନୀ ନିଶା ଠାରେ ଗଢି ଉଠିଛି l କିନ୍ତୁ

କମ୍ପାନୀ ର ମିଛ ପ୍ରତିଶୃତି ରେ ଅନ୍ଧ ହୋଇ ନିଜ ଭିଟା ମାଟି କୁ ଏ ଜିନ୍ଦଲ କମ୍ପାନୀ କୁ ଦେଇ ଏବେ ଧର୍ମ କୁ ସାକ୍ଷୀ କରି ବସି ଛନ୍ତି l ଯାହା ସବୁ ପ୍ରତିଶୃତି ଦେଇଥିଲା l ତାହା ଥିଲା ସବୁ ବୁଢ଼ୀ ଅସୁରୁଣୀ ର କାହାଣୀ ପରି l 55 ନମ୍ବର ଜାତୀୟ ରାଜପଥ ରୁ ଜିନ୍ଦଲ କମ୍ପାନୀକୁ ସଂଯୋଗ କରୁଥିବା ରାସ୍ତାଟି ଜରଡା ଗ୍ରାମଦେଇ ଯାଇଥିବା ରାସ୍ତା ଉପରେ ଜନ ଆନ୍ଦୋଳନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା, ମିଳିଥିବା ସୂଚନା ଅନୁଯାଇ ଜରଡା ଗ୍ରାମର ଜିନ୍ଦଲ ଅଧିକୃତ କରିଥିବା ଜମିର ଉଚିତ୍ ମୂଲ୍ୟ ଏବଂ ବର୍ଦ୍ଧିତ
ମୂଲ୍ୟ ପ୍ରଦାନ ଜିନ୍ଦଲ କାରଖାନାରେ କ୍ଷତିଗ୍ରସ୍ତ ପ୍ରଜାମାନଙ୍କୁ ଥଇଥାନ ଏବଂ ସ୍ଥାୟୀ ନିଯୁକ୍ତି ଜିନ୍ଦଲ କାରଖାନା ପରିସର ଭୁକ୍ତ ଘର ଗୁଡିକର ୫୦% ମୂଲ୍ୟ ପ୍ରତିଶ୍ରୁତି ମୁତାବକ ପ୍ରଦାନ, ଜିନ୍ଦଲ କାରଖାନା ୨ୟ ପର୍ଯ୍ୟାୟ ଅଧିକୃତ ଅଞ୍ଚଳ ମଧ୍ୟରେ ଥିବା ବିସ୍ଥାପିତ ପରିବାର ମାନଙ୍କର ଥଇଥାନ, ଜିନ୍ଦଲ କାରଖାନା ଦ୍ଵାରା ପ୍ରଭାବିତ ଗ୍ରାମ ଗୁଡିକରେ ଉନ୍ନୟନମୂଳକ କାର୍ଯ୍ୟ କରିବା, ଜିନ୍ଦଲ କମ୍ପାନୀ ଦ୍ଵାରା ପ୍ରଦୂଷଣ ବନ୍ଦ ପାଇଁ ପଦକ୍ଷେପ ନେବା ଆଦି ଦାବିରେ ଜରଡା ଗ୍ରାମ ପଞ୍ଚାୟତ ବସି ଜନ ଆନ୍ଦୋଳନ କରିଛନ୍ତି l




