୩୮ ମଣ୍ଡପରେ ଗଣେଶ ପୂଜା, ଝଲସୁଛି ଢେଙ୍କାନାଳ ସହର

ଆସନ୍ତାକାଲି ଠାରୁ ଢେଙ୍କାନାଳ ସହରରେ ଆରମ୍ଭ ହେବ ପବିତ୍ର ଗଣେଶ ପୂଜା। ଚଳିତ ବର୍ଷ ସହରର ପ୍ରାୟ ୩୮ଟି ପୂଜା ମଣ୍ଡପରେ ପ୍ରଭୁ ଗଣେଶଙ୍କ ପୂଜା ଅନୁଷ୍ଠିତ ହେବ।
ପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ସାରା ଢେଙ୍କାନାଳ ସହର। ବିଭିନ୍ନ ପୂଜା ମଣ୍ଡପରେ ଆକର୍ଷଣୀୟ ପ୍ରତିମା ସାଙ୍ଗକୁ ରଙ୍ଗବେରଙ୍ଗ ଆଲୋକମାଳା ଓ ସୁନ୍ଦର ତୋରଣ ଶୋଭା ବଢ଼ାଉଛି।
ମହାବୀର ୟୁଥ୍ କ୍ଲବ୍ ପକ୍ଷରୁ ପ୍ରଭୁ ଗଣେଶଙ୍କ ପାଇଁ ଚାନ୍ଦିରେ ନିର୍ମିତ ସୁନ୍ଦର ବେଶଭୂଷା ଓ ଅଳଙ୍କାର ମଧ୍ୟ ଆକର୍ଷଣର କେନ୍ଦ୍ର ପାଲଟିଛି।
ଚଳିତ ବର୍ଷ ପୂଜା କମିଟି ଓ ଜିଲ୍ଲା ପ୍ରଶାସନର ବୈଠକରେ ଶାନ୍ତିଶୃଙ୍ଖଳାର ସହ ବିସର୍ଜନ ଉତ୍ସବ ପାଳନ ନେଇ ନିଷ୍ପତ୍ତି ହୋଇଛି। ଏହାସହ ଆସନ୍ତା ୧୯ ତାରିଖରେ ୧୦୦ କେଜିର ବିଶାଳ ଗଣେଶ ଲଡ଼ୁ ପ୍ରସ୍ତୁତ କରାଯାଇ ନିଲାମ କରାଯିବାର କାର୍ଯ୍ୟକ୍ରମ ରହିଛି।
ପୂଜା ସମୟରେ ଟ୍ରାଫିକ୍, ବିଦ୍ୟୁତ, ଅଗ୍ନିଶମ ଓ ପୁଲିସ୍ ବ୍ୟବସ୍ଥାକୁ ମଧ୍ୟ ସୁଦୃଢ଼ କରାଯାଇଛି। ବିଭିନ୍ନ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ନିଆରା ବିସର୍ଜନ ଉତ୍ସବ ଦେଖିବାକୁ ହଜାର ହଜାର ଲୋକଙ୍କ ସମାଗମ ହେବା ଆଶା କରାଯାଉଛି। ମିଳିତ ବଜାର ଗଣେଶ ପୂଜା କ୍ରିୟା ଅନୁଷ୍ଠାନ କମିଟି ର ସଭାପତି ସୁଧାଂଶୁ କୁମାର ଦଳେଇ ସୂଚନା ଦେଇଛନ୍ତି।



