ଚନ୍ଦନ ବଜାର ଜୟ ଜଗନ୍ନାଥ କ୍ଲବ୍ ତରଫରୁ ୪୧ତମ ଗଣେଶ ପୂଜା ପାଳିତ
ଢେଙ୍କାନାଳ, ୧୪/୯ : ଢେଙ୍କାନାଳ ସହର ଚନ୍ଦନ ବଜାରର ଜୟ ଜଗନ୍ନାଥ କ୍ଲବ୍ ତରଫରୁ ୪୧ତମ ଗଣେଶ ପୂଜା ପାଳିତ ହୋଇଯାଇଅଛି । କଳସପୂଜା, ମଣ୍ଡଳ ପୂଜା, ଗଣେଶଙ୍କ ଷୋଡଶ ଉପଚାର ପୂଜା, ହୋମଯଜ୍ଞ ଓ ବିଭିନ୍ନ ଭୋଗ ଶ୍ରୀ ଗଣେଶଙ୍କ ପାଖରେ ଲାଗି କରାଯାଇଥିଲା । ଚଳିତ ବର୍ଷ ବାଲ୍ ଗଣେଶ ରୂପରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି । କର୍ତା କୃଷ୍ଣଚନ୍ଦ୍ର ବେହେରା, ପୂଜକ ସିପୁନ୍ ନନା ସମସ୍ତ ପୂଜାକୁ ସମ୍ପାଦନ କରୁଛନ୍ତି । ସଭାପତି ଅମରେନ୍ଦ୍ର ସାହୁ, ସଂପାଦକ ଲକ୍ଷ୍ମୀକାନ୍ତ ମେହର, କୋଷାଧ୍ୟକ୍ଷ ପ୍ରକାଶ ବେହେରା, ସହ ସଂପାଦକ ପ୍ରୀତି ପ୍ରିୟାଶୁ ଦଳେଇ, କାର୍ଯ୍ୟକର୍ତା ମୁନା ଦଳେଇ, ମୁନା ଖାନ୍, ଉମାକାନ୍ତ ସାମଲ, ଅନ୍ତର୍ଯ୍ୟାମୀ ଦଳେଇ ପ୍ରମୁଖ ପୂଜାକୁ ପରିଚାଳନା କରୁଛନ୍ତି । ଏହି ପୂଜା ୭ଦିନ ଧରି ଚାଲୁ ରହିବା ସହିତ ଆସନ୍ତା କାଲି ମଙ୍ଗଳବାର ଭକ୍ତମାନଙ୍କ ପାଇଁ ପ୍ରସାଦସେବନ ଅନୁଷ୍ଠିତ ହେବ ।



