ମହାବୀର ୟୁଥ୍ କ୍ଲବ୍ର ଗଣେଶ ପୂଜା
ଢେଙ୍କାନାଳ, ୧୪/୯ : ଢେଙ୍କାନାଳ ସହର ଜଗନ୍ନାଥ ରୋଡସ୍ଥିତ ମହାବୀର ୟୁଥ୍ କ୍ଲବ୍ରେ ଶ୍ରୀଶ୍ରୀ ବିଘ୍ନରାଜ ଗଣପତି ଙ୍କ ୫୨ତମ ପୂଜାର୍ଚ୍ଚନା ପାଳିତ ହୋଇଯାଇଅଛି । କଳସପୂଜା, ମଣ୍ଡଳ ପୂଜା, ଗଣେଶଙ୍କ ଷୋଡଶ ଉପଚାର ପୂଜା, ହୋମଯଜ୍ଞ ଓ ବିଭିନ୍ନ ଭୋଗ ଶ୍ରୀ ଗଣେଶଙ୍କ ପାଖରେ ଲାଗି କରାଯାଇଥିଲା । ଚଳିତ ବର୍ଷ ରୂପା ଅଳଙ୍କାର ପରିଧାନ କରି ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି । ଏଥୁରେ ପୂଜକ କବି ରୁଦ୍ର ନାରାୟଣ କବିଶତପଥୀ, କର୍ତା ଭାବେ ଜି. କେସ୍ପର ରାଓ ଓ କର୍ତୀ ମାଧବୀ ରାଓ ପ୍ରମୁଖ ସମସ୍ତ ପୂଜା ସମ୍ପାଦନ କରୁଛନ୍ତି । ସଭାପତି ଜି. ପରମେଶ୍ବର ରାଓ, ସଂପାଦକ ବୀରବର ସାହୁ, ସଦସ୍ୟ ଲୋକନାଥ ଦଲେଇ, ପ୍ରଭାତ ଦଳେଇ, ଓମ୍ ପ୍ରକାଶ ପାଣ୍ଡେ, ଚିନ୍ତାମଣି ସାହୁ, ପ୍ରକାଶ ସାହୁ, ଦିଲ୍ଲୀପ ଖଟୁଆ, ହୃଦାନନ୍ଦ ଦଳେଇ, ଦୁର୍ଗା ପ୍ରସାଦ ସାହୁ, ଦ୍ବାରିକା ପ୍ରସାଦ ସାହୁ ପ୍ରମୁଖ ଉକ୍ତ ପୂଜା ଉତ୍ସବକୁ ପରିଚାଳନା କରୁଛନ୍ତି ।



