କାଙ୍କଡପାଳ ନୂଆସାହି ବଜରଙ୍ଗ କ୍ଲବ୍ର ଗଣେଶ ପୂଜା
ଢେଙ୍କାନାଳ, ୧୪/୯ : ସଦର ବ୍ଲକ୍ ଅନ୍ତର୍ଗତ କାଙ୍କଡପାଳ ନୂଆସାହିରେ ବଜରଙ୍ଗ କ୍ଲବ ତରଫରୁ ବିଘ୍ନରାଜ ଶ୍ରୀ ଶ୍ରୀ ଗଣପତିଙ୍କର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଅଛି । କ୍ଲବ ତରଫରୁ ଚଳତ ବର୍ଷ ୩୬ତମ ପୂଜା ପାଳନ କରାଯାଉଅଛି । ପ୍ରଭୁ ଶ୍ରୀ ଗଣପତି ଚଳିତ ବର୍ଷ ବିଠଲ ଭଗବାନଙ୍କ ରୂପରେ ଦର୍ଶକମାନଙ୍କୁ ଦର୍ଶନ ଦେଉଛନ୍ତି । ପୂଜକ ପ୍ରମୋଦ କୁମାର ପଣ୍ଡା ସମସ୍ତ ପୂଜାକୁ ସଂପନ୍ନ କରୁଛନ୍ତି । ଏହି ପୂଜା ଉତ୍ସବରେ କ୍ଲବ୍ର ସଦସ୍ୟମାନେ ଯୋଗଦେଇ ପ୍ରଭୁ ଶ୍ରୀଗଣେଶଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ । ମୁଖ୍ୟ ସଦସ୍ୟ ଦିଲ୍ଲୀପ କୁମାର ପଣ୍ଡା, ବିକ୍ରମ ପରିଡା, ମନୋଜ କୁମାର ସାହୁ, ବିଭୁତି ସାସମଲ ଏବଂ ପୂଜା ଦୀର୍ଘ ୧୦ ଦିନ ଧରି ଚାଲିବ । ୨୧ ତାରିଖ ଦିନ ଭକ୍ତମାନଙ୍କ ପାଇଁ ପ୍ରସାଦସେବନ ଅନୁଷ୍ଠିତ ହେବ । ୨୨ତାରିଖରେ ସଂକୀର୍ତନ ପରିବେଷଣ ଓ ୨୪ ତାରିଖରେ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ ।



