ନୂଆଁଖାଇ ଭେଟଘାଟ ଉପଲକ୍ଷେ ସମ୍ବଲପୁରୀ ନାଟକ ମଞ୍ଚସ୍ଥ

ଅମ୍ବାଭୋନା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଦ୍ୱାରୀ ଗ୍ରାମର ତଲିପଡ଼ା ଠାରେ ଗଣେଶ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଧୁମ୍ ଧାମରେ ପାଳିତ ହୋଇ ଥିଲା । ଏହି ଉତ୍ସବରେ ସଫଳ ଚାଷୀ ଭାବେ କୃଷ୍ଣ ଚନ୍ଦ୍ର ପ୍ରଧାନ ଓ ବଢ଼େଇ କାମ ପାଇଁ ଦ୍ରୋଣ ବାଗ ଙ୍କୁ ଗଣେଶ ପୂଜା କମିଟି ତରଫରୁ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଏକ ସମ୍ବଲପୁରୀ ନାଟକ ଖୁଖି ନୁରୁଛେ ଉଖି ମଞ୍ଚସ୍ଥ ହୋଇଥିଲା । କେଶବ ପ୍ରଧାନ ଓ ସ୍ବାଧିନ କୁମାର ସାହୁ ମଞ୍ଚ ପରିଚାଳନା ଥିଲେ । ମେଲୋଡ଼ି କାର୍ଯ୍ୟକ୍ରମ ଓ ନାଟକ ଟି ସମ୍ବଲପୁରୀ ହୋଇଥିବାରୁ ସମସ୍ତଙ୍କ ମନମୁଗ୍ଧ କରିଥିଲା । ଏହି ନାଟକରେ କେଶବ,ଶେଖର,ବିଭୁ,ଦେବାଶିଷ, ଇଶ୍ଵର,ସିଂକୁ, ସତ୍ୟା,ଜିତ,ଜଗା, ବିକି, ମୋହନ,ହାରା,ହରି,ବିରେନ୍,ରିଙ୍କୁ,ମହାଦେବ, ଯାଦବ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି କାର୍ଯ୍ୟକ୍ରମରେ ତଳିପଡ଼ା ଗଣେଶ ପୂଜା କମିଟି ଓ କୃଷ୍ଣ ଗୁରୁ କମିଟିର ସମସ୍ତ ସଭ୍ୟ ସଭ୍ୟା ସକ୍ରିୟ ସହଯୋଗ କରିଥିଲେ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-13-scaled.jpg)

