ଡ଼ିଏଭି ପବ୍ଲିକ ସ୍କୁଲରେ ହୀନ୍ଦିପକ୍ଷ ପାଳନ
଼ତାଳଚେର, ୧୬/୦୯ ତାଳଚେର ଡ଼ିଏଭି ପବ୍ଲିକ ସ୍କୁଲ ଏମସିଏଲ କଳିଙ୍ଗକ୍ଷେତ୍ରରେ ସେପ୍ଟେମ୍ବର ୧ତାରିଖରୁ ଚାଲି ଆସୁଥିବା ହୀନ୍ଦିପକ୍ଷ ପାଳନର ଆଜି ବିଭିନ୍ନ ସାଂସ୍କୃତିକ ଓ ସାହିତ୍ୟ କାର୍ଯ୍ୟକ୍ରମ ସମାପନ ହୋଇଛି । ଏହି ଅବସରରେ ଗତ ୧୫ଦିନ ଧରି ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତିପ୍ରତିଯୋଗୀମାନଙ୍କୁ ପୁରସ୍କାର କରି ସମ୍ମାନୀତ କରାଯାଇଥିଲା । ସମାପନ ସମାରୋହରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ତଥା ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଚିତରଞ୍ଜନ ପାତ୍ର, ସହକାରୀ ଆଂଚଳିକ ଅଧିକାରୀ ସହ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ପଣ୍ଡାଙ୍କ ଅନୁପସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ହୀନ୍ଦିଭାଷା ପ୍ରତି ଭଲପାଇବା ଓ ସମ୍ମାନର ଭାବନା ବିକଶିତ କରିବା ସହ ଦୈନିକ ଜୀବନରେ ଅଧିକରୁ ଅଧିକ ହୀନ୍ଦୀଭାଷାର ବ୍ୟବହାର କରିବାକୁ ପ୍ରେରିତ କରିଥିଲେ । ହୀନ୍ଦିପକ୍ଷ ପାଳନ ଅବସରରେ ଦୋହା ଗାୟନ, ଭାଷଣ ପ୍ରତିଯୋଗିତା, ଆଶୁ ଭାଷଣ, ସ୍ଲୋଗାନ ଲେଖନ, କବିତା ଲେଖନ ଇତ୍ୟାଦି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏସବୁ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କ ମନରେ ହୀନ୍ଦିଭାଷା ପ୍ରତି ଆଗ୍ରହ ସୃଜନଶୀଳତା ଓ ଅଭିବ୍ୟକ୍ତି ଦକ୍ଷତାର ବିକାଶ ଘଟିଥିଲା । ସମାପନ ସମାରୋହ ପରିପ୍ରେକ୍ଷୀରେ ଶିକ୍ଷକ ରାଧେଶ୍ୟାମ ମେହେର, ତପସୀ ମଣ୍ଡଳ, ଜୟନ୍ତ ମହାପାତ୍ର, ଗୋପାଳକୃଷ୍ଣ ଆଚାର୍ଯ୍ୟ, ବନଲତା ସାହୁ, ଏବଂ ଡ଼ଃ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟଙ୍କ ସକ୍ରିୟ ଅଂଶଗ୍ରହଣ କରିବା ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀ, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ ।

September 16, 2026/
No Comments


