ଚଳିତ ମାସ ୨୧ରେ ପାଳିତ ହେବ ମା ହିଙ୍ଗୁଳାଙ୍କ ନୂଆଖାଇ ପର୍ବ
ତାଳଚେର, ୧୬/୦୯ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ପ୍ରସିଦ୍ଧ ନୂଆଖାଇ ପର୍ବ ତଥା ନବାନ୍ନ ପ୍ରସାଦ ଲାଗି ଚଳିତ ମାସ ୨୧ ତାରିଖ ସୋମବାର ଦିନ ଅନୁଷ୍ଠିତ ହେବ । ତାଳଚେର ରାଜା ଭିଜୟେନ୍ଦ୍ର ଚନ୍ଦ୍ର ଦେବ ଓ ମା ହିଙ୍ଗୁଳାଙ୍କ ମୁଖ୍ୟ ପୂଜକ କିଶୋର ଚନ୍ଦ୍ର ଦେହୁରୀଙ୍କ ଉପସ୍ଥିତିରେ ରାଜଗୁରୁ ପଙ୍କଜ ଲୋଚନ ପତି ପାଞ୍ଜି ଦେଖି ତିଥି ସ୍ଥିର କରିଥିଲେ । ଦିନ ୧୨ଟାରେ ମା’ଙ୍କ ଚଳନ୍ତି ପ୍ରତିମା ଆଲମ ଦିଅଁଘରୁ ପୂଜାମଣ୍ଡପକୁ ଯାତ୍ରା କରିବେ । ପାରମ୍ପରିକ ଓ ବୈଦିକ ରୀତିନୀତି ଅନୁଯାୟୀ ମା’ଙ୍କ ପାଖରେ ପୂଜାର୍ଚ୍ଚନା କରାଯିବା ସହ ଦିବା ୧.୧୫ମିନିଟରେ ନବାହ୍ନ ପ୍ରସାଦ ଲାଗି କରାଯିବ ବୋଲି ସ୍ଥିର କରାଯାଇଥିଲା । ମା ହିଙ୍ଗୁଳାଙ୍କର ଏହି ଅନନ୍ୟ ପର୍ବରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇ ମାଆଙ୍କର ଆଶୀର୍ବାଦ ପ୍ରାପ୍ତ କରିବାକୁ ମା ହିଙ୍ଗୁଳା ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ଅନୁରୋଧ କରାଯାଇଛି ।

September 16, 2026/
No Comments


