ମା’ ଲୋଭି ଠାକୁରାଣୀଙ୍କ ମନ୍ଦିର ପରିସରରେ ଆଧ୍ୟାତ୍ମିକ ପରିବେଶ

ଅନୁଗୋଳ: ମା’ ଲୋଭି ଠାକୁରାଣୀଙ୍କ ମନ୍ଦିର ପରିସରରେ ୧୧୩ତମ କାର୍ଯ୍ୟକ୍ରମ ଭାବେ ରାଜ୍ୟସ୍ତରୀୟ ‘ପ୍ରଜ୍ଞା ପ୍ରେରଣା ମହୋତ୍ସବ’ ଅନୁଷ୍ଠିତ ହୋଇଯାଇଛି। ବୈଦିକ ଓ ସନାତନ ଧାର୍ମିକ ପରମ୍ପରା ଅନୁଯାୟୀ ଆୟୋଜିତ ଏହି ମହୋତ୍ସବରେ ସମଗ୍ର ମନ୍ଦିର ପରିସର ଏକ ଆଧ୍ୟାତ୍ମିକ ପରିବେଶରେ ପରିଣତ ହୋଇଥିଲା।
ଏହି ଅବସରରେ ଆୟୋଜକ ଅନୁଷ୍ଠାନ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଦ୍ୱିତୀୟ ଥର ପାଳନ କରାଯାଇଥିଲା। କର୍ମକର୍ତ୍ତାମାନେ ମା’ ଲୋଭି ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କରି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ, ନିରାମୟ ଓ କର୍ମଠ ଜୀବନ କାମନା କରିଥିଲେ।
ପରେ ସମବେତ ଭାବେ ଆଳତି ଅନୁଷ୍ଠିତ ହୋଇଥିଲା। ଧାର୍ମିକ ମନ୍ତ୍ରୋଚ୍ଚାରଣ, ପୂଜାର୍ଚ୍ଚନା ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଯୋଗୁଁ ମନ୍ଦିର ପରିସରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଜିଲ୍ଲା ପରିଷଦ ସଦସ୍ୟା ମିରା ଗଡ଼ନାୟକ,ସରୋଜ କୁମାର ସାହୁ, ପ୍ରତ୍ୟୁଷ କୁମାର ପଣ୍ତାଙ୍କ ସମେତ ବହୁ ନେତା ବିଜେପି କର୍ମୀ ଉପସ୍ଥିତ ଥିଲେ।



