ଢ଼େଙ୍କାନାଳ ଠିକାଦାର ସଂଘ ପକ୍ଷରୁ ବିଶ୍ୱକର୍ମା ପୂଜା ପାଳିତ
ଢେଙ୍କାନାଳ ପୂର୍ତ୍ତ ବିଭାଗ ଅଫିସ୍ ନିକଟସ୍ଥ ଢ଼େଙ୍କାନାଳ ଠିକାଦାର ସଂଘ ପକ୍ଷରୁ ଶ୍ରଦ୍ଧା ଓ ଭକ୍ତିର ସହ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି।
ପୂଜା ଅବସରରେ କଳସ ପୂଜା, ମଣ୍ଡଳ ପୂଜା ସହ ଭଗବାନ ବିଶ୍ୱକର୍ମାଙ୍କୁ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା କରାଯାଇଥିଲା। ଏଥିସହ ହୋମଯଜ୍ଞ ଓ ବିଭିନ୍ନ ପ୍ରକାର ଭୋଗ ଅର୍ପଣ କରାଯାଇଥିଲା।
ମଧ୍ୟାହ୍ନ ସମୟରେ ଉପସ୍ଥିତ ଭକ୍ତ ଓ ଅତିଥିମାନ ଙ୍କୁ କ୍ଷୀରି ଭୋଗ ବଣ୍ଟନ କରିଥିଲେ।
ପୂଜକ ଦୁଲା ଭାଇନା ପୂଜାର୍ଚ୍ଚନା କରିଥିଲେ । କର୍ତ୍ତା ଦେବଦର୍ଶନ ଦେବାଶିଷ ବେହେରା ,
ସଭାପତି ଗୋବିନ୍ଦ ବିଶ୍ଵାଳ , କର୍ମକର୍ତ୍ତା ସୁଜିତ୍ ପଟ୍ଟନାୟକ , ମୁନା ପୁଲକ ମିଶ୍ର , ରଞ୍ଜନ ପଲ୍ , ସନା ବାବୁ, ସାନୁ, କାହ୍ନା, ନାରାୟଣ , ତପନ, ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ପୂଜା ଉତ୍ସବ ସମ୍ପନ୍ନ ହୋଇଥିଲା।



