ଟ୍ୟାକ୍ସି ଆସୋସିଏସନ୍ ପକ୍ଷରୁ ବିଶ୍ୱକର୍ମା ପୂଜା ପାଳିତ
ଢେଙ୍କାନାଳ ବସ୍ଷ୍ଟାଣ୍ଡ ନିକଟସ୍ଥ ଅମଲାପଡ଼ାଠାରେ ଟ୍ୟାକ୍ସି ଆସୋସିଏସନ୍ ପକ୍ଷରୁ ଶ୍ରଦ୍ଧା ଓ ଭକ୍ତିର ସହ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି।
ପୂଜା ଅବସରରେ କଳସ ପୂଜା, ମଣ୍ଡଳ ପୂଜା ସହ ଭଗବାନ ବିଶ୍ୱକର୍ମାଙ୍କୁ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା କରାଯାଇଥିଲା। ଏଥିସହ ହୋମଯଜ୍ଞ ଓ ବିଭିନ୍ନ ପ୍ରକାର ଭୋଗ ଅର୍ପଣ କରାଯାଇଥିଲା।
ମଧ୍ୟାହ୍ନ ସମୟରେ ଉପସ୍ଥିତ ଭକ୍ତ ଓ ଅତିଥିମାନେ ପ୍ରସାଦ ସେବନ କରିଥିଲେ।
ଟ୍ୟାକ୍ସି ଆସୋସିଏସନ୍ର ସଭାପତି ନରେଶ କୁମାର ସିଂ, ସମ୍ପାଦକ ହର ପ୍ରସାଦ ଦାସ, କର୍ମକର୍ତ୍ତା ଜିତେନ୍ଦ୍ର ଲେଙ୍କା, ନବକିଶୋର ଦାସ, ସଭିୟ ମହାପାତ୍ର ଓ ଅଭିମନ୍ତିୟ ବେହେରାଙ୍କ ସମେତ ଆସୋସିଏସନ୍ର ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ପୂଜା ଉତ୍ସବ ସମ୍ପନ୍ନ ହୋଇଥିଲା।



