ପୂଜାରେ ଚେନ ଲୁଟେରା ସକ୍ରିୟ ୪ଗିରଫ
ତାଳଚେର, ୧୮/୦୯ ତାଳଚେର ଗଣେଶପୂଜା ମାତିଛନ୍ତି ଏବେ ଚେନ ଲୁଟେରା । ତେଣୁ ପୋଲିସ୍ ପକ୍ଷରୁ ଲୋକଙ୍କ ହିତପାଇଁ କଡ଼ା ସୁରକ୍ଷା କରାଯାଇଥିଲେ ହେଁ ଗତକାଲି ତାଳଚେର ବାଇପାସ୍ ସୁପରମାର୍କେଟ ପଡ଼ିଥିବା ମୀନାବଜାରକୁ ବାଘୁଆବୋଲ ଅଂଚଳର ସୁନିତା ସାହୁ (୩୧) ମାର୍କେଟିଙ୍ଗ କରି ଯାଇଥିବା ସମୟରେ ୪ଜଣ ଲୁଟେରା ବିଜୁ ଦାସ (୨୪), ମାଳତି ଦାସ(୨୦), ରାଜାଦାସ(୩୦), ଜ୍ୟୋତି ଦାସ(୨୦) ତାଙ୍କ ଛୁଆର ବେକରେ ପିନ୍ଧିଥିବା ସୁନାପରି ଦେଖା ଯାଉଥିବା ଚେନରେ ଲାଗିଥିବା ଲକେଟ୍ ସହ ଝାମ୍ପି ନେଇଥିଲେ । ଏସମ୍ପର୍କରେ ସେ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିବାପରେ ପୋଲିସ୍ ଏକ ମାମଲା ରୁଜୁକରି ଅଭିଯୁକ୍ତ ମାନଙ୍କୁ ଧରିବାରେ ସକ୍ଷମ ହୋଇଛି ବୋଲି ପୋଲିସ୍ ସୂତ୍ରରୁ ଜଣାପଡ଼ିଛି ।

September 18, 2026/
No Comments


