ନୀଳଗିରିରେ ଅଘଟଣ: ରାସ୍ତାରୁ ତଳକୁ ଖସି ଓଲଟିଲା ପର୍ଯ୍ୟଟକ ବସ୍, ସମସ୍ତେ ସୁରକ୍ଷିତ
ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଏକ ପର୍ଯ୍ୟଟକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। କପ୍ତିପଦା-ନୀଳଗିରି ରାସ୍ତାର ଛତ୍ରପୁର ନିକଟରେ ଭାରସାମ୍ୟ ହରାଇ ବସ୍ଟି ରାସ୍ତାରୁ ତଳକୁ ଖସି ଓଲଟି ପଡ଼ିଥିବା ଜଣାପଡ଼ିଛି।
ଘଟଣା ସମୟରେ ବସ୍ରେ ଥିବା ପର୍ଯ୍ୟଟକମାନଙ୍କ ମଧ୍ୟରୁ କାହାରି ମୃତାହତ ହୋଇନଥିବା ପ୍ରାଥମିକ ସୂଚନା ମିଳିଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ବସ୍ରୁ ବାହାର କରିଥିଲେ। ଘଟଣା ସମ୍ପର୍କରେ ସ୍ଥାନୀୟ ପୁଲିସକୁ ସୂଚନା ଦିଆଯାଇଥିବା ବେଳେ ଦୁର୍ଘଟଣାର କାରଣ ନେଇ ତଦନ୍ତ ଚାଲିଛି।



