ଶିକ୍ଷାବିତ ତଥା ପ୍ରାବନ୍ଧିକଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ଯାଜପୁର:୧୯/୯(ଜାଗ୍ରତ ଭାରତ ନିୟୁଜ ): ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ସୟଦପୁର ଠାରେ ଥିବା ସର୍ବପୁରାତନ ବ୍ରଜ ସୁନ୍ଦର ଉଚ୍ଚ ବିଦ୍ୟାଳୟ ର ପ୍ରାକ୍ତନ ପ୍ରଧାନଶିକ୍ଷକ ସ୍ବର୍ଗତ କୃଷ୍ଣଚନ୍ଦ୍ର ବିଶ୍ଵାଳଙ୍କ ବିୟୋଗରେ ଆଜି ପୁରାତନ ଛାତ୍ର ଛାତ୍ରୀ ଓ ଶୁଭେଚ୍ଛୁ ମାନଙ୍କ ପକ୍ଷରୁ ବ୍ରଜ ସୁନ୍ଦର ଉଚ୍ଚ ବିଦ୍ୟାଳୟ ପରିସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ସଭା ହରେକୃଷ୍ଣ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ସେ ୧୯୫୦ ରୁ ୧୯୯୧ ପର୍ଯ୍ୟନ୍ତ ବ୍ରଜ ସୁନ୍ଦର ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷକତା କରିଥିଲେ। ଅବସରପ୍ରାପ୍ତ ପରେ ବହୁ ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ସହ ଜଡ଼ିତ ଥିଲେ।ସେ ବହୁ ପୁସ୍ତକର ରଚୟିତା ଭାବେ ଖ୍ୟାତ ଥିଲେ ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ। ଭୁବନେଶ୍ୱର ଓ ବାଙ୍କ ବାସସ୍ଥାନ ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ପ୍ରକାଶ କରାଯାଇଛି।କମିଟି ପକ୍ଷରୁ ସମାଜସେବୀ ଚନ୍ଦ୍ରଶେଖର ବେହେରା, କିଶୋର କୁମାର ଦାସ, ରବିନ୍ଦ୍ର ଯେନା, ପ୍ରମୋଦ କୁମାର ବିଶ୍ଵାଳ,ଅଜୟ କୁମାର ଦାସ, ସୁରେଶ କୁମାର ମହାନ୍ତି,କୁଞ ବିହାରି ବେହେରା,ଶରତ କୁମାର ସାହୁ, ଶିକ୍ଷକ ଅଚ୍ୟୁତାନନ୍ଦ ମିଶ୍ର, ପ୍ରଫୁଲ୍ଲ ଚନ୍ଦ୍ର ରାୟ,ମଧୁ ଧଳ,ଏସ କେ ମୁସ୍ତାକିମ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ। ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସାଗରୀକା ନାଥ ମଧ୍ୟ ଉପସ୍ଥିତ ଥିଲେ।




