୮.୬୬୦ ବ୍ରାଉନସୁଗାର ଜବତ ୩ଗିରଫ
ତାଳଚେର, ୧୯/୦୯ ବିଶେଷ ସୂତ୍ରରୁ ଖବରପାଇ ତାଳଚେର ପୋଲିସ୍ ବାଘୁଆବୋଲ ଛକ ନିକଟରେ ଆତର୍କିତ ଚଢ଼ାଉ କରିଥିଲା । ଏହି ଚଢ଼ାଉ ସମୟରେ ଜଣେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଓ ସରକାରୀ ସାକ୍ଷୀମାନଙ୍କ ଉପସ୍ଥିତିରେ ତଲାସି କରାଯାଇ ସେମାନଙ୍କ ନିକଟରୁ ୮.୬୬୦ ଗ୍ରାମର ବ୍ରାଉନସୁଗାର, ୨ଟି ମୋବାଇଲ ଜବତ କରିବା ସହିତ ୩ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ୩ଜଣ ଅଭିଯୁକ୍ତ ବାଘୁଆବୋଲ ଗ୍ରାମ କେନ୍ଦୁୁବଣିଆ ସାହିର ସନ୍ତୋଷ ଜାଲ ଓରଫ ସନ୍ତୁ (୩୬), ଶରତ ଜାଲ(୩୦), ଦିପ୍ତିରଞ୍ଜନ ବେହେରା ଓରଫ ଟେରୁ (୨୪)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ୍ ସୂତ୍ରରୁ ଜଣାପଡ଼ିଛି ।



