ପିଲ୍ କିୟା ଗ୍ରାମର ଓ କେଲିଆ କୁଣ୍ଡଳ ଗ୍ରାମର ଦୂର୍ବର୍ତ ମାନେ ଦଳବଦ୍ଧ ଭାବେ ବବ୍ରୁ ସରାପ ପରିବାରଙ୍କୁ ମରଣାନ୍ତକ ଆକ୍ରମଣ, ପୋଲିସ ତଦନ୍ତ ଜାରି ରଖିଛି,
ଗୋଲାମୁଣ୍ଡା/୧୯/୯/୨୬/ ପିଲକିୟା ଓ କେଳିଆ କୁଣ୍ଡଳ ଓ ମିଚ୍ଚା ଗ୍ରାମର ଦୂର୍ବତ ମାନେ ଦଳବଦ୍ଧ ଭାବେ ଆସି ବବ୍ରୁ ସରାପ ଙ୍କ ପରିବାରଙ୍କୁ ମରଣାନ୍ତକ ଭାବେ ଆକ୍ରମଣ କରି ଥିବା ଚର୍ଚ୍ଚା ଅଞ୍ଚଳରେ ଜୋର ଧରିଛି, ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଦଶ ପୁର ଫାଣ୍ଡି ଅଧିକାରୀ ଙ୍କ ଅଧିନରେ ଥିବା ଡକ୍ରୀପଡା ଗ୍ରାମରେ ଗତ ବୁଧବାର ଦିନ ରାତ୍ରରେ ଏକ ଅଭାବନୀୟ ଘଟଣା ଘଟିଛି, ଗତ ତା ୧୬/୯/୨୬ ବୁଧବାର ରାତ୍ର ପ୍ରାୟ ଦଶଟା ସମୟରେ ଡକ୍ରୀ ପଡ଼ାର ବବ୍ରୁ ସରାପ ତାଙ୍କ ସ୍ତ୍ରୀ ଓ ପୁଅ ବହୁ ପରିବାର ରାତ୍ରି ସମୟରେ ଶୋଇ ପଡ଼ି ଥିବା ବେଳେ ଜୁନାଗଡ଼ ଥାନା ଅନ୍ତର୍ଗତ ପିଲକୀୟା ଗ୍ରାମର କୃଷ୍ଣ ସରାପ, ଗୁଣ ସରାପ, ସ୍ଵସ୍ତିନି ସରାପ୍, ଅମିତ ସରାପ, ଆକାଶ ସରାପ, ଆଦିତ୍ୟ ସରାପ, ସାନ ସରାପ, ମୁରଲି ସରାପ, ଏବଂ କେଳୀଆ କୁଣ୍ଡଳ ଗ୍ରାମର ମଳୟ ଦାସ, ଓ ମିଚା ଗ୍ରାମର କୁଞ୍ଜ ସରାପ, ଯୁଦ୍ଧେଷ୍ଟି ସରାପ, ମଣ୍ଟୁ ସରାପ, ଗିରିଧାରୀ ସରାପା, ପିଣ୍ଟୁ ସରାପ, ପ୍ରମୁଖ ଦଳବଦ୍ଧ ଭାବେ ଆସି ଘରର ମୁଖ୍ୟ ଦ୍ୱାର କବାଟ କୁ ଭାଙ୍ଗି ପରିବାରଙ୍କୁ ନିର୍ମମ ଭାବରେ ଠେଙ୍ଗା ଓ ଟାଙ୍ଗିଆ ଧରି ମାଡ଼ ମାରି ଲହୁଲୁହାଣ କରି ଥିଲେ, ଯାହା ଫଳରେ ବବ୍ରୁ ସରାପ ଙ୍କ ମୁଣ୍ଡ ଫାଟି ଥିବା ବେଳେ ତାଙ୍କ ସ୍ତ୍ରୀ ଧନମତି ସରାପ ଙ୍କ ବାମ ହାତରେ ଟାଙ୍ଗିଆ ଚୋଟରେ ଆହତ ହୋଇ ଥିବା ବେଳେ ପଞ୍ଚା ସରାପ ଙ୍କୁ ମଧ୍ୟ ବିଧା ଗୋଇଠା ମାରିଥିଲେ ଏବଂ ପୁଷ୍ପାଞ୍ଜଳି ସରାପ ଓ ତପସ୍ୱିନୀ ସରାପ ଉଭୟଙ୍କୁ ଘରୁ ଟାଣି ଆଣି ମାଡ଼ ମାରି ବଳତ୍କାର କରିବା ପାଇଁ ଉଦ୍ଵେମ କରି ଥିବା ବେଳେ ଗ୍ରାମର ଭଦ୍ର ବ୍ୟକ୍ତି ମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରି ଥିଲେ ନଚେତ ଜୀବନରେ ମାରି ଦେବାକୁ ଚେଷ୍ଟା କରିଥିଲେ ବୋଲି ବବ୍ରୁ ସରାପ ପ୍ରକାଶ କରିଛନ୍ତି,ଉକ୍ତ ଘଟଣାକୁ କୌଣସି ସୁତ୍ରରୁ ଖବର ପାଇ ଦଶପୁର ପୋଲିସ ଫାଣ୍ଡି ଅଧିକାରୀ ଚନ୍ଦ୍ର ହାସ୍ୟ ସାହୁ ତୁରନ୍ତ ଆସି ଆମ୍ବୁଲାନ୍ସ ଯୋଗେ ଧର୍ମଗଡ ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରି ଥିଲେ, ନଚେତ ଜୀବନ ବିପଦ ସମ୍ମୁଖୀନ ହୋଇ ଥାନ୍ତା, ଦଶ ପୁର ପୁଲିସ ଫାଣ୍ଡି ଅଧିକାରୀ ଙ୍କ ଖବର ପାଇ ଦୁର୍ବତ ମାନେ ଠେଙ୍ଗା, ଚପଲ ଓ ମୋବାଇଲ୍ ଛାଡ଼ି ଚାଲି ଯାଇ ଥିବାରୁ ତାହା ପୋଲିସ ଜବତ୍ କରିଛି, ଏହି ଭଳି ପଦକ୍ଷେପ ଗ୍ରହଣ କରୁ ଥିବାରୁ ଅଞ୍ଚଳ ବାସୀ ଭୁରି ଭୁରି ପ୍ରଂଶସା କରିଛନ୍ତି, ଏହା ପରେ ଡାକ୍ତର ଙ୍କ ପରାମର୍ଶ କ୍ରମେ ଭବାନୀ ପାଟଣା ବଡ ମେଡିକାଲ କୁ ସ୍ଥାନାନ୍ତରିତ ହୋଇ ଥିଲା ବୋଳି ବବ୍ରୁସରାପ, ଓ ତାଙ୍କ ସ୍ତ୍ରି ଧନମତି ଓ ପୁଅ ପଞ୍ଚା ନନ ଶରାପ ମଧ୍ୟ ତାଙ୍କର ପ୍ରତିକ୍ରିୟା ରଖି ଥିଲେ, ଏହି ଘଟଣାକୁ ନେଇ ଦଶପୁର ପୋଲିସ ଫାଣ୍ଡିରେ ଗଜାନନ ସରାପ ପିତା ବବ୍ରୁସରାପ ଲିଖିତ ଭାବେ ଅଭିଯୋଗ କରିବାରୁ ଗତ କାଲି ଶୁକ୍ରବାର ଦିନ, ଗୋଲାମୁଣ୍ଡା ଥାନା ଅଧିକାରୀ ଯଶୋବନ୍ତ ସେଲମା ଓ ଦଶପୁର ପୋଲିସ ଫାଣ୍ଡି ଅଧିକାରୀ ଚନ୍ଦ୍ର ହାସ୍ୟ ସାହୁ ଘଟଣା ସ୍ଥଳରେ ଯାଇ ତଦନ୍ତ ଜାରି ରହିଥିବା ବେଳେ ଦୋଷୀଙ୍କୁ ଗିରଫ କରିବା ପାଇଁ କେସ ନମ୍ବର ୧୫୯/୨୬ ରୁଜୁ କରି ଥିବାର ଜଣା ପଡିଛି, ଏହି ପରିପ୍ରେକ୍ଷୀରେ ଜନ ସମ୍ପର୍କ ସାମ୍ୱାଦିକ ସଂଘ ପକ୍ଷରୁ ଥାନା ଅଧିକାରୀ ସେଲମା ଙ୍କୁ ପଚାରିବାରୁ ସେ କହିଲେ ଖୋବ ଶୀଘ୍ର ଆସାମୀ ମାନଙ୍କୁ ଗିରଫ କରିବା ପାଇଁ ଜାରି ରହିଥିବା ପ୍ରତିଶୃତି ଦେଇଛନ୍ତି, ହେଲେ ଦେଖିବାକୁ ବାକି ରହିଲା ଯେ ପୋଲିସ ପ୍ରଶାସନ ଙ୍କ ପ୍ରତିଶୃତି କେବେ ସଫଳ ହେବ ବୋଲି ସ୍ଥାନୀୟ ବୁଦ୍ଧି ଯିବି ମହଲରେ ଚର୍ଚ୍ଚା ଜୋର ଧରିଛି,
କଳାହାଣ୍ଡି ଗୋଲାମୁଣ୍ଡା କପୁରଚନ ସେଠିଆ ଙ୍କ ରିପୋଟ ଜାଗ୍ରତଭାରତ ନିୟୁଜ



