ଗୋଲ୍ଡ ଷ୍ଟାର କ୍ଲବ୍ ପକ୍ଷରୁ ୩୯ ତମ ବିଶ୍ବକର୍ମା ପୂଜାରେ ସଙ୍ଖୁଡି ଭୋଗ
ଢେଙ୍କାନାଳ, ୨୦୦୯: ଢେଙ୍କାନାଳ ସହର ମୀନାବଜାର ବଣିଆସାହିର ଗୋଲୁଷ୍ଟାର କ୍ଲବ୍ ପକ୍ଷରୁ ୩୯ ତମ ବିଶ୍ୱକର୍ମା ପୂଜା ଧୁମ୍ଧାମରେ ପାଳିତ ହେଉଅଛି । ଆଜି ଚତୁର୍ଥ ଦିବସରେ ସ୍ଥାନୀୟ ଯାଉଁଳିପୋଖରୀ ମଠ ପ୍ରାଙ୍ଗଣରେ ପ୍ରସାଦସେବନ ହୋଇଥିଲା । ଏଥିରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଅତିଥିମାନଙ୍କ ସହିତ ପ୍ରାୟ ୪୦୦ରୁ ଉର୍ଦ୍ଧ୍ବ ଭକ୍ତ ପ୍ରସାଦସେବନ କରିଥିଲେ । ଏଥିରେ ଅନ୍ନ, ମିଠା ଅନ୍ନ, ଡାଲି, ମିକ୍ସ ତରକାରୀ, ଖଟା, ଶାଗମୁଗ ଓ କ୍ଷୀରି ପ୍ରଭୃତି ପ୍ରସାଦ ବଂଟନ କରାଯାଇଥିଲା । ସଂଧ୍ୟା ସମୟରେ ପୂଜା ମଣ୍ଡପ ଠାରେ ଢେଙ୍କାନାଳ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ଉପସ୍ଥିତ ହୋଇ ବିଶ୍ୱକର୍ମାଙ୍କ ଆଶିଷ ଲାଭ କରିଥିଲେ । ଏହି ପୂଜା ଉତ୍ସବରେ ସଂଘ ସଭାପତି ତୁଷାର ରଞ୍ଜନ ମହାପାତ୍ର ସମ୍ପାଦକ ଅରୁଣ ମହାପାତ୍ର ସମେତ ସମସ୍ତ କର୍ମକର୍ତା ଓ ସଦସ୍ୟ ଉପସ୍ଥିତ ଥିଲେ । ସମସ୍ତଙ୍କ ଉପସ୍ଥିତିରେ ଭକ୍ତିମୟ ପରିବେଶ ମଧ୍ୟରେ ବିଶ୍ୱକର୍ମା ପୂଜା ଉତ୍ସବ ସମ୍ପନ୍ନ ହୋଇଥିଲା । ଆସନ୍ତା ୨୨ ତାରିଖ ମଙ୍ଗଳବାର ଦିନ ଭସାଣୀ ଉତ୍ସବ ପାଳନ ହେବ ।



