ଓଡିଶା ରାଜ୍ୟ କୁକୁଡା ଚାଷୀ ସଂଘ ଢେଙ୍କାନାଳ ଜିଲ୍ଲା ଶାଖା ତରଫରୁ ବୈଠକ
ଢେଙ୍କାନାଳ, ୨୦/୯ : ଓଡିଶା ରାଜ୍ୟ କୁକୁଡା ଚାଷୀ ମହାସଂଘ ଢେଙ୍କାନାଳ ଜିଲ୍ଲା ତରଫରୁ ସ୍ଥାନୀୟ ସିଦ୍ଧ ବଳରାମ ମନ୍ଦିର ପ୍ରାଙ୍ଗଣରେ ଥିବା ଲକ୍ଷ୍ମୀ ମନ୍ଦିର ଠାରେ ଜିଲ୍ଲା ସଭାପତି ଓ ସଂପାଦକଙ୍କ ଉପସ୍ଥିତିରେ କୁକୁଡା ଚାଷୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ରାଜ୍ୟ ସଭାପତି ନୀଳମଣି ଶୁକ୍ଳା ଓ ସାଧାରଣ ସଂପାଦକ ଚନ୍ଦ୍ର ଶେଖର ମିଶ୍ର ଯୋଗଦେଇଥିଲେ । ସଭାରେ ଜିଲ୍ଲାର ଚାଷୀମାନଙ୍କ ବିଭିନ୍ନ ଅସୁବିଧା ତଥା କମ୍ପାନୀ ମାନଙ୍କ ଦ୍ବାରା କରାଯାଉଥିବା ଚାଷୀ ଶୋଷଣ ସମ୍ପର୍କରେ ଆଲୋଚନା କରାଗଲା । ଏ ସମ୍ବନ୍ଧରେ ବିଧିବଦ୍ଧ ଭାବରେ ରାଜ୍ୟ ସଂଘକୁ ଅବଗତ କରାଇବା ସହ ଜିଲ୍ଲା ସ୍ତରରେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ନିମନ୍ତେ ସ୍ଥିର କରାଯାଇଥିଲା । ରାଜ୍ୟ ସଂଘ ତରଫରୁ ରାଜ୍ୟ ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରି ନ୍ୟାର୍ଯ୍ୟ ଦାବୀ ପୂରଣ କରିବା ନିମନ୍ତେ ପ୍ରଚେଷ୍ଟା ଜାରି ରଖୁବା ପାଇଁ ରାଜ୍ୟ ସଂଘ ସଭାପତିଙ୍କୁ ଅନୁରୋଧ କରାଯାଇଥିଲା । ଜିଲ୍ଲାରେ ସଂଗଠନକୁ ସୁଦୃଢ କରିବା ପାଇଁ ବ୍ଲକ୍ ସ୍ତରରେ ସଂଗଠନକୁ ଦୃଢ କରିବା ନିମନ୍ତେ ସ୍ଥିର ହୋଇଥିଲା ଓ ଉପସ୍ଥିତ ସମସ୍ତ ସଦସ୍ୟ ଆଗାମୀ ୧୦ ଦିନ ମଧ୍ୟରେ ସଂଗଠନ ଗଠନ କରି ଜିଲ୍ଲା ସଭାପତିଙ୍କୁ ଅବଗତ କରିବା ପାଇଁ ସଭାରେ ସ୍ଥିର କରାଯାଇଥୁଲା । ସଭା ଶେଷରେ ରାଜ୍ୟ ସଭାପତି, ସାଧାରଣ ସଂପାଦକଙ୍କୁ ଜିଲ୍ଲା ତରଫରୁ ଧନ୍ୟବାଦ ଦିଆଯାଇଥିଲା । ସଭାରେ ଜିଲ୍ଲା ସଭାପତି ସୁଶିଲ୍ ବେହେରା, ସଂପାଦକ ସିଦ୍ଧାର୍ଥ ପ୍ରଧାନ, ଅଶୋକ କୁମାର ସାହୁ, କମଳ ବରାଳ, ନିଶାମଣି ବରାଳ, ଦୁଷ୍ମନ୍ତ ସାହୁ, ଦୁର୍ଗାଚରଣ ମିଶ୍ର ପ୍ରମୁଖଙ୍କ ସମେତ ବହୁ କୁକୁଡା ଚାଷୀ ଯୋଗଦେଇଥିଲେ .



