ତାଳଚେର ପ୍ରସିଦ୍ଧ ଗଣେଶ ପୂଜାରେ ସହର ଲୋକାରଣ୍ୟ ଏଵଂ ଏହି ଭିଡ଼ ଭିତରେ ବିଜେପି ନେତା ଓ ନଗର ପାଳ ବୁଲିଲେ ପୂଜା ମଣ୍ଡପ।।
ତାଳଚେର ତା ୨୦/୦୯ ତାଳଚେର ଗଣେଶ ପୂଜା ଓଡ଼ିଶା ପ୍ରସିଦ୍ଧ ଲାଭ କରିଥିବା ବେଳେ ପ୍ରଭୁ ଗଜାନନ ଦୀର୍ଘ ୭ ଦିନ ଧରି ତାଳଚେର ର ବିଭିନ୍ନ ସୂ ସଜ୍ଜିତ ମଣ୍ଡପ ରେ ପୁଜା ପାଉଛନ୍ତି । ଏହି ପୂଜା ଦେଖିବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଦେଖିବାକୁ ମିଳୁଛି। ପାଗର ଅନୁକୂଳ ଯୋଗୁଁ ପ୍ରତିଦିନ ସହର ସାରା ଭିଡ ପରିଲକ୍ଷିତ ହେଉଛି । ୧୦୦ରୁ ଉର୍ଦ୍ଧ ପୂଜାମଣ୍ଡପରେ ପୂଜା ପାଉଥିବା ବିଘ୍ନବିନାଶକ ଗଣେଶଙ୍କର ମଣ୍ଡପ ଗୁଡ଼ିକ ବର୍ତମାନ ସୁଦ୍ଧା ଲୋକଙ୍କୁ ବେଶ୍ ଆକର୍ଷିତ କରିବାକୁ ବିଭିନ୍ନ କମିଟି ପକ୍ଷରୁ ଭିନ୍ନ ଭିନ୍ନ ସାଜସଜ୍ଜାରେ ନିମଗ୍ନ ରହୁଥିବା ଦେଖିବାକୁ ମିଳିଛି । ଆଜି ଏହି ଗହଳି ମଧ୍ୟରେ ତାଳଚେର ପୌର ପରିଷଦ ର ନଗର ପାଳ ପବିତ୍ର ଭୁତିଆ ଓ ୱାର୍ଡ କାଉନସିଲର ଶତାଧିକ ସମର୍ଥକଙ୍କ ସହିତ ବିଭିନ୍ନ ମଣ୍ଡପ ଗୁଡ଼ିକ ବୁଲି ପ୍ରଭୁ ଗଜାନନ ଙ୍କ ଅଶ୍ରିବଦ ଭିକ୍ଷା କରିଥଲେ। ତାଙ୍କ ସହିତ ବିଯେପି ବରିଷ୍ଠ ନେତା ତଥା ବିଜେପି ଜିଲ୍ଲା ସଭାପତି ଯଯାତୀ ପଟ୍ଟନାୟକ ମଧ୍ଯ ଅନୁରୂପ ଭାବେ ପୂଜା ମଣ୍ଡପ ବୁଲି ଜଗତର କଲ୍ୟାଣ ନିମନ୍ତେ କୃପଭିକ୍ଷା କରିଥଲେ।ତାଳଚେର ଘୋଡ଼ାଶାଳ ଠାରୁ ଆରମ୍ଭ କରି ହାଣ୍ଡିଧୂଆଁ ପର୍ଯ୍ୟନ୍ତ ୫କିମି ଦୂର ବ୍ୟାପି ରାସ୍ତାରେ ବଡ଼ବଡ଼ ଲାଇଟ୍ ତୋରଣ ସହିତ ଅନେକ ରଙ୍ଗବେରଙ୍ଗର ଆଲୋକ ମାଳାରେ ସହର ସଜେଇ ହୋଇଥିବା ବେଳେ ଏ ଏହି ଆକର୍ଷିତ ଲାଇଟ୍ ପାଈଁ ତାଳଚେର ଝଲସୀ ଉଠି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି।ଶିଳ୍ପନଗରୀ ତାଳଚେର ସହର । ଆଜି ୭ମ ସନ୍ଧ୍ୟାରେ ବିଭିନ୍ନ ସ୍ଥାନରେ ପୂଜା କମିଟି ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କୁ ଲଡ଼ୁ, ରାମଖେଚୁଡ଼ି, ପାନୀୟଜଳ ପ୍ରଦାନ କରାଯାଇଛି । ପ୍ରଶାସନ ପକ୍ଷରୁ ଜନଗହଳିକୁ ନିୟନ୍ତ୍ରଣ କରିବାକୁ ପୋଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରତିଛକ ଓ ମେଢ଼ ସମ୍ମୁଖରେ ପୋଲିସ୍ ହୋମଗାର୍ଡ଼ ନିୟୋଜିତ କରିବା ସହ ଭାରି ଯାନ ଚଳାଚଳକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ବାଇପାସ୍ ଟ୍ରାଫିକ ଛକ ଠାରୁ ହାଟତୋଟା ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ଶହଶହ ଅସ୍ଥାୟୀ ଦୋକାନ କରିଥିବାରୁ ଉକ୍ତ ରାସ୍ତାଟି ଅଣଓାସରିଆ ହେବା ସହ ଯାତାୟତରେ ଘୋର ବାଧାପ୍ରାପ୍ତ ହୋଇଥାଏ । ତେବେ ଦର୍ଶକଙ୍କ ମୋନରଞ୍ଜନ ପାଇଁ କେନ୍ଦ୍ରୀୟ ପୂଜା କମିଟି ପକ୍ଷରୁ ଚଳିତବର୍ଷ ତାଳଚେର କଲେଜ ପରିସରରେ ମଂଚ କରାଯାଇ ଓଡ଼ିଶାର ବିଭିନ୍ନ ସୁନାମଧନ୍ୟ କଳାକାର ମାନଙ୍କୁ ନେଇ ନାଚ ଗୀତ ସଙ୍ଗୀତ ପରିବେଷଣ କରିବା କାଯ୍ୟକ୍ରମ ଜାରି ରହିଛି। ତେବେ ଭସାଣୀ ଉତ୍ସବ ଆଉ ୫ଦିନ ବାକି ରହୁଥିବା ବେଳେ ଯଦି ପାଗ ଅନୁକୂଳ ରହେ ତେବେ ଜନସଂଖ୍ୟା ଆହୁରି ବୃଦ୍ଧିପାଇବାର ରେକର୍ଡ ସୃଷ୍ଟି କରିବ ବୋଲି ଅନୁମାନ କରାଯାଇଛି । ପୁଜା ଦେଖିବା ପାଇଁ ତାଳଚେର ର ସମସ୍ତ ଗ୍ରାମ, ପଡୋଶୀ ଅନୁଗୁଳ,ଢେ଼ଙ୍କାନାଳ , କଟକ, ଖୋର୍ଦ୍ଦା, ସମ୍ବଲପୁର ଜିଲ୍ଲାର ଅନେକ ଶ୍ରଦ୍ଧାଳୁ ଆସୁଥିବା ଜଣାପଡ଼ିଛି।।



