
ଅନୁଗୋଳ ଜିଲ୍ଲାରୁ ୨୭ ଜଣ କରୋନା ପଜିଟିଭ ଚିହ୍ନଟ
ସୁସ୍ଥ ହେଲେ ୨୭ ଜଣ ଆକ୍ରାନ୍ତ
(ଜେ. ବି. ଏନ୍/ସୁଶିଲ କୁମାର) ୨୭/୧୨ /୨୦୨୦
ଅନୁଗୋଳ : ଅନୁଗୋଳ ଜିଲ୍ଲାରେ ୨୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ବାବ ନମୁନା ଦେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦ ରେ ପହଁଞ୍ଚିଛି । ତାଳଚେର ବ୍ଲକ ଅଞ୍ଚଳରୁ ୬ଜଣ ( ୫ଜଣ ପୁରୁଷ ଓ ୧ଜଣ ମହିଳା ) ଛେଣ୍ଡିପଦା ବ୍ଳକ ଅଞ୍ଚଳରୁ ୬ଜଣ ( ୪ଜଣ ପୁରୁଷ ଓ ୨ଜଣ ମହିଳା ) ବଅଁରପାଳ ବ୍ଳକ ଅଞ୍ଚଳରୁ ୫ଜଣ ( ୧ଜଣ ପୁରୁଷ ଓ ୪ ଜଣ ମହିଳା ) ଅନୁଗୋଳ ପୌରାଞ୍ଚଳରୁ ୫ଜଣ ( ୨ଜଣ ପୁରୁଷ ଓ ୩ଜଣ ମହିଳା ) କଣିହାଁ ବ୍ଳକ ଅଞ୍ଚଳରୁ ୨ଜଣ ( ୨ ଜଣ ପୁରୁଷ ) ଅନୁଗୋଳ ବ୍ଳକ ଅଞ୍ଚଳରୁ ୨ଜଣ ( ୧ଜଣ ପୁରୁଷ ଓ ୧ଜଣ ମହିଳା ) ଓ କିଶୋରନଗର ବ୍ଲକ ଅଞ୍ଚଳରୁ ୧ଜଣ ( ୧ଜଣ ମହିଳା ) ଅଛନ୍ତି ।

ସମସ୍ତେ ଅନ୍ୟ ଆକ୍ରାନ୍ତ ଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି । ଆଜି ପାଳଲହଡା ବ୍ଳକ , ତାଳଚେର ପୌରାଞ୍ଚଳ , ଆଠମଲ୍ଲିକ ବ୍ଲକ ଓ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରୁ କୌଣସି ପଜିଟିଭ ଚିହ୍ନଟ ହୋଇନାହାନ୍ତି । ଚିହ୍ନଟ ହୋଇଥିବା ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତ ମାନଙ୍କ ନିଜ ଘରେ ଆଇସୋଲେସନ୍ ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ଆଜି ଅନୁଗୋଳ ଜିଲ୍ଲାରୁ ୨୭ଜଣ ସୁସ୍ଥ ହୋଇଛନ୍ତି । ମଧ୍ୟରେ ୧ଜଣ କୋଭିଡ ହସ୍ପିଟାଲରୁ ଓ ୨୬ ଜଣ ହୋମ ଆଇସୋଲେସନ୍ ରୁ ସୁସ୍ଥ ହୋଇଛନ୍ତି ।



