ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରଦର୍ଶନୀ ଶୁଭାରମ୍ଭ

ଢ଼େଙ୍କାନାଳ, ତା. ୨୭.୬.୨୦୨୬- ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଆଜି ଅପରାହ୍ନରେ ମିନି ଷ୍ଟାଡ଼ିୟମ୍ ଠାରେ ଉଦ୍ୟମୀ ଓଡ଼ିଶା-ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇ ଯାଇଛି । ଏହି ପ୍ରଦର୍ଶନୀକୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ କୃଷ୍ଣଚ଼ନ୍ଦ୍ର ପାତ୍ର ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ଦ୍ୱାରା ଯୁବ ଗୋଷ୍ଠୀ ପ୍ରେରିତ ହୋଇ ବିଭିନ୍ନ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ପ୍ରେରଣା ପାଇବେ। ସରକାରୀ ପ୍ରୋତ୍ସାହନ ପାଇ ଉଦ୍ୟୋଗ ପ୍ରତିଷ୍ଠା ମାଧ୍ୟମରେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ସେ ପ୍ରକାଶ କରିଛନ୍ତି । ଏହି ପ୍ରଦର୍ଶନୀ କାର୍ଯ୍ୟକ୍ରମର ଶୁଭାରମ୍ଭ ସମୟରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦିପ୍ତୀ ରଂଜନ ସେଠୀ ଏବଂ ଜିଲ୍ଲା ଶିଳ୍ପ କେନ୍ଦ୍ରର ସହକାରୀ ଶିଳ୍ପ ଅଧିକାରୀ ଶ୍ରୀ ପ୍ରେମାନନ୍ଦ ମିଶ୍ର ମାନ୍ୟବର ମନ୍ତ୍ରୀଙ୍କୁ ସ୍ଵାଗତ ଜଣାଇ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇଥିଲେ । ଜିଲ୍ଲା ଶିଳ୍ପ କେନ୍ଦ୍ରର ପ୍ରୋତ୍ସାହନରେ ହେଉଥିବା ସର୍ଜିକାଲ ଯନ୍ତ୍ରପାତି ନିର୍ମାଣ, ସେଡ୍ ନେଟ ପ୍ରସ୍ତୁତି, ଟ୍ରି ଗାର୍ଡ଼, ଷ୍ଟିଲ ବାସନ ଆଦି ନିର୍ମାଣ, ପିଭିସି ପାଇପ୍, ଡୋର୍ ଫିଟିଙ୍ଗ୍ସ , ହସ୍ତତନ୍ତ, ଡୋକ୍ରା, ବାଉଁଶ ଓ କାଠ ନିର୍ମିତ ସୌଖିନ ଗୃହ ଉପକରଣ, ଖାଦ୍ୟ ସାମଗ୍ରୀ ଆଦିର ୩୦ ଗୋଟି ଷ୍ଟଲରେ ପ୍ରଦର୍ଶନୀ ଓ ବିକ୍ରି ହେଉଥିବା ଜଣାଯାଇଛି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-27-scaled.jpg)


