
(ଜେ ବି ଏନ /ସୁବ୍ରତ କୁମାର) ୩୦/୧୨/୨୦୨୦ ଢେଙ୍କାନାଳ : ପ୍ରଧାନମନ୍ତ୍ରୀ ଆବାସ ଯୋଜନା’କୁ ବିଜେଡି ସରକାର ହଡ଼ପ କରୁଥିବା ଅଭିଯୋଗ କରି ଜିଲ୍ଲା ବିଜେପି ପକ୍ଷରୁ ଟାଉନ ଥାନାରେ ଏତଲା ଦିଆଯାଇଛି । ବିଜେପି ଅଭିଯୋଗ ମୁତାବକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ନିର୍ମିତ ନୂଆ ଘରଗୁଡିକୁ ରାଜ୍ୟ ସରକାର ବିଜୁବାବୁଙ୍କ ଫଟୋ ଲୋଗୋ ସହ ବିଜୁ ପକ୍କାଘର ଯୋଜନା ବୋଲି ଲେଖି ଷ୍ଟିକରି ମାରୁଛନ୍ତି । ଏହାକୁ ରାଜ୍ୟ ସରକାରଙ୍କ ଯୋଜନା କହିବା ସହ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତର ଏକ ଚିଠି ବାଣ୍ଟୁଛନ୍ତି ।
ଏହା ଦ୍ଵାରା ରାଜ୍ୟବାସୀଙ୍କୁ ଠକୁଥିବାରୁ ୪୨୦ ଧାରାରେ ମାମଲା ରୁଜୁ କରାଯାଉ ବୋଲି ବିଜେପି କହିଛି । ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ବରେ ଆଜି ବିଜେପି ପକ୍ଷରୁ ଟାଉନ୍ ଥାନା ସମ୍ମୁଖରେ ବିକ୍ଷୋଭ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଏତଲା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିରୋଜ ନଳିନୀ ମହାଳିକ , ଜିଲ୍ଲା ଉପସଭାପତି ନବକିଶୋର ଗୁରୁ , ଜିଲ୍ଲା ସମ୍ପାଦକ ମାତୃପ୍ରସାଦ ନନ୍ଦ , ପୂର୍ବତନ ନଗରପାଳ ସୁନିଲ୍ ଶର୍ମା , ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ସନାତନ ବେହେରା , ଜିଲ୍ଲା ପରିଷଦ ସଦସ୍ୟା ଇତିଶ୍ରୀ ସାହୁ , ଜିଲ୍ଲା ମହିଳା ମୋର୍ଚ୍ଚା ସମ୍ପାଦିକା ଅନିତା ଦାସ , ଯୁବମୋର୍ଚ୍ଚା ଜିଲ୍ଲା ସମ୍ପାଦକ ରମ୍ୟରଞ୍ଜନ ମହାପାତ୍ର , ସତ୍ୟରଞ୍ଜନ ଭୂୟୀ , ରଞ୍ଜିତ ବିଶ୍ବାଳ , ଅନିମେଶ ଚାନ୍ଦ , ଆଇନଜୀବୀ ଦୁର୍ଗାପ୍ରସାଦ ପଣ୍ଡା , ସଞ୍ଜିବ ମହାପାତ୍ର , ବରିଷ୍ଠ ନେତା ପ୍ରତାପ ଚନ୍ଦ୍ର ରାଉତ , ଅବନୀକାନ୍ତ ପଟ୍ଟନାୟକ , ସଞ୍ଜାବ କୁମାର ବିହାରୀ , ଲଳିତ ନାରାୟଣ ପଣ୍ଡା , ବିଭାସ ଚରଣ ପୁହାଣ , ସନ୍ତୋଷ ବେହେରା , ରାକେଶ ମିଶ୍ର , ସୌରେନ୍ଦ୍ର ମହାପାତ୍ରଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।



