2020 ଡିସେମ୍ବରରେ ଜିଏସ୍ଟି ସଂଗ୍ରହରେ ସର୍ବକାଳୀନ ରେକର୍ଡ; ପ୍ରବର୍ତ୍ତନ କାଳରୁ ଏତେ ପରିମାଣର ଜିଏସ୍ଟି ସଂଗୃହୀତ ହୋଇ ନ ଥିଲା
କେବଳ ଡିସେମ୍ବର ମାସରେ 115174 କୋଟି ମୋଟ ଜିଏସ୍ଟି ସଂଗୃହୀତ ହୋଇଛି

ଡିସେମ୍ବରରେ ସଂଗୃହୀତ ଜିଏସ୍ଟି ରାଜସ୍ୱ 2019ର ସେହି ମାସରେ ସଂଗୃହୀତ ଜିଏସ୍ଟିଠାରୁ 12 ଶତାଂଶ ଅଧିକ
ଜେ ବି ଏନ, ୦୨/୦୧/୨୦୨୧, ନୂଆଦିଲ୍ଲୀ : 2020 ଡିସେମ୍ବର ମାସରେ ଦେଶରେ ସଂଗୃହୀତ ମୋଟ ଜିଏସ୍ଟି ପରିମାଣ 115174 କୋଟି ଟଙ୍କା ହୋଇଛି । ସେଥିମଧ୍ୟରୁ କେନ୍ଦ୍ରୀୟ ଜିଏସ୍ଟି ପରିମାଣ 21365 କୋଟି ହୋଇଥିବାବେଳେ ରାଜ୍ୟ ଜିଏସ୍ଟି ଓ ସମନ୍ୱିତ ଜିଏସ୍ଟି ପରିମାଣ ଯଥାକ୍ରମେ 27804 କୋଟି ଓ 57426 କୋଟି ଟଙ୍କା । ଏଥିମଧ୍ୟରେ ସାମଗ୍ରୀ ରପ୍ତାନୀ ବାବଦ ରାଜସ୍ୱ ସଂଗ୍ରହ ପରିମାଣ 27050 କୋଟି ଓ ଉପକର ବା ସେସ୍ ବାବଦରେ 8579 କୋଟି ଟଙ୍କା ରହିଛି । ଗତ ନଭେମ୍ବରରୁ ଡିସେମ୍ବର ଶେଷ ପର୍ଯ୍ୟନ୍ତ ମୋଟ 87 ଲକ୍ଷ ଲୋକ ଜିଏସ୍ଟିଆର 3ବି ରିଟର୍ଣ୍ଣ ଫାଇଲ କରିଛନ୍ତି ।
ନିର୍ଦ୍ଧାରିତ ବ୍ୟବସ୍ଥା ଅନୁସାରେ ସମନ୍ୱିତ ଜିଏସ୍ଟିରୁ କେନ୍ଦ୍ର ସରକାର ତାଙ୍କ ଭାଗ ବାବଦ 23276 କୋଟି ଟଙ୍କା ପାଇଥିବାବେଳେ ରାଜ୍ୟମାନଙ୍କ ଭାଗରେ ପଡିଛି 17681 କୋଟି ଟଙ୍କା । ଏହି ମାସରେ କେନ୍ଦ୍ର ସରକାର ମୋଟ 44641 କୋଟି ଟଙ୍କା ଆୟ କରିଥିବାବେଳେ ରାଜ୍ୟ ସରକାରମାନଙ୍କ ମୋଟ ଆୟ ରହିଛି 45485 କୋଟି ଟଙ୍କା ।
ଜିଏସ୍ଟି ଆଦାୟରେ ଯେଉଁ ଅଭିବୃଦ୍ଧିର ଧାରା ପରିଲକ୍ଷିତ ହୋଇଥିଲା ତାହା ଡିସେମ୍ବର ମାସରେ ସର୍ବାଧିକ ହୋଇଛି । 2019 ଡିସେମ୍ବର ମାସ ତୁଳନାରେ 2020 ଡିସେମ୍ବରରେ ଏହି ଅଭିବୃଦ୍ଧି 12 ଶତାଂଶ ରହିଛି । ଏହି ମାସରେ ଆମଦାନୀରୁ ଯେଉଁ ଜିଏସ୍ଟି ମିଳିଛି ତାହା ଘରୋଇ ସାମଗ୍ରୀ କାରବାରଜନିତ ଆୟଠାରୁ 27 ଶତାଂଶ ଅଧିକ ।
ଜିଏସ୍ଟି ପ୍ରବର୍ତ୍ତନ ପରଠାରୁ ଏଯାବତ୍ 2020 ଡିସେମ୍ବରରେ ସର୍ବାଧିକ ଏହି ଟିକସ ସଂଗୃହୀତ ହୋଇଛି । ପ୍ରଥମଥର ପାଇଁ ଜିଏସ୍ଟି ସଂଗ୍ରହ ପରିମାଣ 1.15 ଲକ୍ଷ କୋଟି ଟଙ୍କା ଟପିଛି । ଏହା ପୂର୍ବରୁ 2019 ଏପ୍ରିଲ ମାସରେ ସର୍ବାଧିକ 113866 କୋଟି ଟଙ୍କାର ଜିଏସ୍ଟି ସଂଗୃହୀତ ହୋଇଥିଲା । ତେବେ ମାର୍ଚ୍ଚ ମାସରେ ରିଟର୍ଣ୍ଣ ଦାଖଲ ହେଉଥିବାରୁ ଏପ୍ରିଲରେ ସାଧାରଣତଃ ଅଧିକ ଜିଏସ୍ଟି ସଂଗୃହୀତ ହୋଇଥାଏ । କାରଣ ଏହା ଆର୍ଥିକ ବର୍ଷର ଆରମ୍ଭ ମାସ । ତେବେ ଡିସେମ୍ବରରେ ଏହି ସୁବିଧା ନ ଥିବା ସତ୍ତ୍ୱେ ଏଥର ଅସ୍ୱାଭାବିକଭାବେ ସର୍ବାଧିକ ଜିଏସ୍ଟି ଆଦାୟ ହୋଇଛି । କ୍ରମାଗତଭାବେ 21 ମାସ ପରେ ଜିଏସ୍ଟି ଆଦାୟ ବା ସଂଗ୍ରହ ଅଭିବୃଦ୍ଧି ସର୍ବାଧିକ ସ୍ତରରେ ପହଞ୍ଚିଛି । ମହାମାରୀ ପରେ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଯେଉଁସବୁ ମିଳିତ ପଦକ୍ଷେପ ଆରମ୍ଭ କରାଯାଇଥିଲା ଏହା ତାହାର ପରିଣତି । ଜିଏସ୍ଟି ଫାଙ୍କୁଥିବା ଏବଂ ନକଲି ବିଲ୍ ଆଦି ଦ୍ୱାରା ସରକାରଙ୍କୁ ଠକୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦେଶବ୍ୟାପୀ ଚଢଉ ଫଳରେ ଏହି ଆଦାୟ ବଢିଛି । ଅଧିକରୁ ଅଧିକ ବ୍ୟବସାୟୀ ଟିକସ ଦାଖଲ କରିଛନ୍ତି ।
ଜିଏସ୍ଟି ପ୍ରବର୍ତ୍ତନ କାଳରୁ ଏହାକୁ ମିଶାଇ ତୃତୀୟଥର ପାଇଁ ଏହି ରାଜସ୍ୱ ସଂଗ୍ରହ ପରିମାଣ 1.1 ଲକ୍ଷ କୋଟି ଟଙ୍କା ଟପିଛି । ଆହୁରି ମଧ୍ୟ ଚଳିତ ଆର୍ଥିକବର୍ଷର ଗତ 3 ମାସ ମଧ୍ୟରେ କ୍ରମାଗତଭାବେ ଜିଏସ୍ଟି ସଂଗ୍ରହ ବୃଦ୍ଧି ପାଉଥିବାରୁ ଏହା ଆର୍ଥିକ ପୁନରୁଦ୍ଧାରର ସୂଚନା ଦେଉଛି ।
ତଳେ ଦିଆଯାଇଥିବା ଚାର୍ଟରେ ଜିଏସ୍ଟି ସଂଗ୍ରହର ଧାରା ଓ ଅଭିବୃଦ୍ଧି ତଥା ରାଜ୍ୟୱାରୀ ଡିସେମ୍ବର ମାସରେ ସଂଗୃହୀତ ଜିଏସ୍ଟିର ପରିମାଣ ତଥା ତଥ୍ୟାବଳୀ ସ୍ଥାନୀତ ହୋଇଛି । ଏ ନେଇ ପି ଆଇ ବି ପକ୍ଷରୁ ସୂଚନା ଦିଆଯାଇଛି l
State-wise growth of GST Revenues during December 2020[1]
State
Dec-19
Dec-20
Growth
1
Jammu and Kashmir
409
318
-22%
2
Himachal Pradesh
699
670
-4%
3
Punjab
1,290
1,353
5%
4
Chandigarh
168
158
-6%
5
Uttarakhand
1,213
1,246
3%
6
Haryana
5,365
5,747
7%
7
Delhi
3,698
3,451
-7%
8
Rajasthan
2,713
3,135
16%
9
Uttar Pradesh
5,489
5,937
8%
10
Bihar
1,016
1,067
5%
11
Sikkim
214
225
5%
12
Arunachal Pradesh
58
46
-22%
13
Nagaland
31
38
23%
14
Manipur
44
41
-8%
15
Mizoram
21
25
21%
16
Tripura
59
74
25%
17
Meghalaya
123
106
-14%
18
Assam
991
984
-1%
19
West Bengal
3,748
4,114
10%
20
Jharkhand
1,943
2,150
11%
21
Odisha
2,383
2,860
20%
22
Chhattisgarh
2,136
2,349
10%
23
Madhya Pradesh
2,434
2,615
7%
24
Gujarat
6,621
7,469
13%
25
Daman and Diu
94
4
-96%
26
Dadra and Nagar Haveli
154
259
68%
27
Maharashtra
16,530
17,699
7%
29
Karnataka
6,886
7,459
8%
30
Goa
363
342
-6%
31
Lakshadweep
1
1
-32%
32
Kerala
1,651
1,776
8%
33
Tamil Nadu
6,422
6,905
8%
34
Puducherry
165
159
-4%
35
Andaman and Nicobar Islands
30
22
-26%
36
Telangana
3,420
3,543
4%
37
Andhra Pradesh
2,265
2,581
14%
38
Laddakh
0
8
97
Other Territory
118
88
-25%
99
Center Jurisdiction
75
127
68%
Grand Total
81,042
87,153
8%



