
ମୂକ, ବଧିର ଓ ଅନାଥ ପିଲାଙ୍କ ଗହଣରେ ବିଜୁ ଯୁବ ନେତା
(ଜେ ବି ଏନ /ସୁଶାନ୍ତ କୁମାର) ୦୨/୦୧/୨୦୨୧ ଅନୁଗୋଳ : ନୂତନ ବର୍ଷ ରେ ବିଜେଡି ଯୁବ ନେତା ଙ୍କ ନିଆରା ଢଙ୍ଗରେ ଶୁଭେଚ୍ଛା ର ବାର୍ତ୍ତା ଦେଇଛନ୍ତି । ଆଜି ଅନୁଗୋଳ ଜିଲ୍ଲାର ଯୁବନେତା ଶ୍ରୀ ଅରୁନାଭ ସିଂହ ନୂତନ ବର୍ଷ ପାଳନ ପାଇଁ ଅନାଥ, ମୂକ ଓ ବଧିର ପିଲାଙ୍କ ଗହଣରେ କାଟିଛନ୍ତି। ପ୍ରଥମେ ଯୁବନେତା ଅନୁଗୋଳ ଜିଲ୍ଲାର ବଲରାମପ୍ରସାଦ ସ୍ଥିତ ଅନ୍ଧ, ମୂକ ଓ ବଧିର ପିଲା ମାନଙ୍କ ନିକଟରେ ପହଁଚି ଥିଲେ। ପରେ ଶ୍ରୀ ସିଂହ ନବଜୀବନ ଅନାଥ ଆଶ୍ରମ ରେ ପହଁଚି ପିଲାଙ୍କ ଗହଣରେ ନବବର୍ଷ ପାଳନ କରି ତାଙ୍କ ପାଇଁ ଖାଦ୍ୟ, ପାନୀୟ ଓ ଅନ୍ୟନ ସମାଗ୍ରୀ ବଣ୍ଟନ କରିଥିଲେ।



