ଚିଠା ଭୋଟର ତାଲିକା ପ୍ରକାଶ ଅବସରରେ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧୂମାନଙ୍କ ସହ ବୈଠକ ଅନୁଷ୍ଠିତ

ଅନୁଗୋଳ, ତା. ୦୫.୦୭.୨୦୨୬: ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ସ୍ବତନ୍ତ୍ର ସଘନ ସଂଶୋଧନ (Special Intensive Revision-2026) କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ଚିଠା ଭୋଟର ତାଲିକା ପ୍ରକାଶ କରାଯାଇଛି। ଏହି ଅବସରରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଅଧ୍ଯକ୍ଷତାରେ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କ ପ୍ରତିନିଧୂମାନଙ୍କ ସହ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା I
ବୈଠକରେ ସ୍ବତନ୍ତ୍ର ସଘନ ସଂଶୋଧନ-୨୦୨୬ର ଉଦ୍ଦେଶ୍ୟ, ଚିଠା ଭୋଟର ତାଲିକା ପ୍ରକାଶ, ଦାବି ଓ ଆପତ୍ତି ଆବେଦନର ସମୟସୀମା, ଭୋଟର ତାଲିକାରେ ନାମ ସଂଯୋଗ, ବିଲୋପ, ସଂଶୋଧନ ଓ ସ୍ଥାନାନ୍ତର ସମ୍ୱନ୍ଧୀୟ ପ୍ରକ୍ରିୟା, ବୁଥ୍ ସ୍ତରୀୟ ଏଜେଣ୍ଟ (BLA)ଙ୍କ ଭୂମିକା ଏବଂ ରାଜନୈତିକ ଦଳମାନଙ୍କ ସହଯୋଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା I

ଜିଲ୍ଲା ନିର୍ବାଚନ ଅଧୁକାରୀ ଉପସ୍ଥିତ ପ୍ରତିନିଧୂମାନଙ୍କୁ ଚିଠା ଭୋଟର ତାଲିକାକୁ ଯତ୍ନର ସହ ଯାଞ୍ଚ କରି କୌଣସି ତ୍ରୁଟି, ଅଯୋଗ୍ୟ ନାମ କିମ୍ବା ବାଦ ପଡ଼ିଥିବା ଯୋଗ୍ୟ ମତଦାତାଙ୍କ ସମ୍ପର୍କରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଦାବି ଓ ଆପତ୍ତି ଦାଖଲ କରିବାକୁ ଅନୁରୋଧ କରିଥିଲେ । ସମସ୍ତ ଦାବି ଓ ଆପରିକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ସ୍ବଚ୍ଛ ଓ ନିରପେକ୍ଷ ଭାବରେ ବିଚାର କରାଯିବ ବୋଲି ସେ ସୂଚନା ଦେଇଥିଲେ I
ବୈଠକରେ ରାଜନୈତିକ ଦଳମାନଙ୍କୁ ଯୁବ ମତଦାତା, ମହିଳା, ଦିବ୍ୟାଙ୍ଗ ଏବଂ ଅନ୍ୟାନ୍ୟ ଯୋଗ୍ୟ ନାଗରିକମାନଙ୍କୁ ଭୋଟର ତାଲିକାରେ ନିଜର ନାମ ଯାଞ୍ଚ କରିବା ସହ ଆବଶ୍ୟକସ୍ଥଳେ ଦାବି ଓ ଆପତ୍ତି ଦାଖଲ କରିବା ପାଇଁ ସଚେତନ କରିବାକୁ ଆହ୍ଵାନ କରାଯାଇଥିଲା I
ପରିଶେଷରେ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କ ପ୍ରତିନିଧ୍ଙ୍କୁ ଚିଠା ଭୋଟର ତାଲିକାର ମୁଦ୍ରିତ ବହି ପ୍ରଦାନ କରାଯାଇଥିଲା I ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧ୍, ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ), ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପ ଜିଲ୍ଲାପାଳ, ଅନୁଗୋଳ ୬୧- ଅନୁଗୋଳ, ଅତିରିକ୍ତ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଅନୁଗୋଳ, ଡ଼େପୁଟୀ କଲେକ୍ଟର (ନିର୍ବାଚନ) ଓ ଅନ୍ୟାନ୍ୟ ନିର୍ବାଚନ ଅଧିକାରୀମାନେ ଉପସ୍ଥିତ ଥିଲେ I



