ଜାନୁଆରୀ ମାସରେ ବନ୍ଦ ରହିବ ଅଙ୍ଗନବାଡି କେନ୍ଦ୍ର

ଜେ ବି ଏନ, ୦୨/୦୧/୨୦୨୧, (ରିପୋର୍ଟ, ସୁଶୀଲ କୁମାର), ଭୁବନେଶ୍ବର : କୋଭିଡ କଟକଣା ଦୃଷ୍ଟିରୁ ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ଜାନୁଆରୀ ମାସ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ତେବେ ସମନ୍ବିତ ଶିଶୁ ବିକାଶ ଯୋଜନାରେ ଚାଲିଥିବା ଗର୍ଭବତୀ ମହିଳା , ପ୍ରସୂତୀ ଏବଂ ଶିଶୁମାନଙ୍କୁ ଟେକ୍ ହୋମ୍ ରାସନ ବଣ୍ଟନ କାର୍ଯ୍ୟ ଜାରି ରହିବ । ଆଜି ଶୁକ୍ରବାର ମାସର ପ୍ରଥମ ଦିନ ହୋଇଥିବା ଯୋଗୁଁ ଅଙ୍ଗନବାଡି କର୍ମୀମାନେ ଶୁଖିଲା ରାସନ ବଣ୍ଟନ କରିଛନ୍ତି ।



