ବେଗୁନିଆପଡା ବ୍ଲକର ୪ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀକଲ୍ୟାଣ ସମିତିର ବୈଠକ, ରାହାଡ଼l ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ସ୍ଵତନ୍ତ୍ର ଦୃଷ୍ଟି ପ୍ରକାଶ କଲେ ବିଧାୟିକା
ଜେ ବି ଏନ, ୦୫/୦୧/୨୦୨୧, (ରିପୋର୍ଟ, ଟୁକୁନା ପ୍ରଧାନ), ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର 4 ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ରୋଗୀକଲ୍ୟାଣ ସମିତି ବୈଠକ କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି । କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାୟା କଳ୍ପ ଯୋଜନାରେ ଥିବା 75 ହଜାର ଓ ରୋଗୀ

କଲ୍ୟାଣ ସମିତିରେ ଥିବା 2ଲକ୍ଷ 50 ହଜାର ଟଙ୍କା, ବେଗୁନିଆପଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା 1 ଲକ୍ଷ 73 ହଜାର,ସୁମଣ୍ଡଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା 3 ଲକ୍ଷ 50 ହଜାର ଓ ରାହାଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା 2 ଲକ୍ଷ 60 ହଜାର ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଏଥିରେ ବେଡ଼୍, ଚେୟାର, ଟେବୁଲ, ମରାମତି, କଣ୍ଟ୍ରୋଲ ରୁମ, ଵିଲଡିଂ ମରାମତି, ପାନୀୟ ଜଳ, ପରିସର ସୌନ୍ଦଯ୍ୟକରଣ ,ବାଇକ ଷ୍ଟାଣ୍ଡ, ଆକୁଆଗାର୍ଡ , ସି ସି କ୍ୟାମେରା ଆଦି ଲଗାଇବା ପାଇଁ ସ୍ଥିର କରାଯାଇଥିଲା। ଏହା ସହିତ କୋଦଳା ମେଡିକାଲରେ ଡାକ୍ତର ସମସ୍ୟା ଦୂର ସହ ବେଗୁନିଆପଡା ମେଡିକାଲ ଉପରେ ଯାଇଥିବା ବିଦ୍ୟୁତ ତାର ସ୍ଥାନାନ୍ତର ସହ ଅବ୍ୟବୃହତ କୋଠରୀ ର ପୁନଃଉଦ୍ଧାର କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ସୁମଣ୍ଡଳ ମେଡିକାଲ ରେ ନୂତନ ଫାଟକ ନିର୍ମାଣ ସହ ମେଡିକାଲ ଚାରିପଟରେ ଡ୍ରେନେଜ ବ୍ୟବସ୍ଥା କରାଯିବା ପାଇଁ ବିଭାଗକୁ ଅବଗତ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା । ରାହାଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରରେ ତୁରନ୍ତ ସି ସି କ୍ୟାମେରା ଲଗାଇବା ପାଇଁ ବିଧାୟିକା ନିର୍ଦ୍ଦେଶ ଦେଇଥିଲେ । ମେଡିକାଲ ପରିସରରେ ଚାଲିଥିବା ଅବ୍ୟବସ୍ଥାକୁ ବରଦାସ୍ତ କରାଜୀବ ନାହିଁ ଓ ଏମ ବି ବି ଏସ ଡାକ୍ତର ଙ୍କ ନିର୍ଦ୍ଦେଶରେ ସବୁ କାମ ଚାଲିବ ବୋଲି ସେ ପ୍ରକାଶ କରିଥିଲେ। ଏହି ବୈଠକରେ ବ୍ଲକ ଅଧ୍ୟକ୍ଷା କେ. ରାଜଲକ୍ଷ୍ମୀ ଦୋରା, ବିଡ଼ିଓ ବେଦବର ପ୍ରଧାନ ଜିଲ୍ଲା ପରିଷଦ ସଭ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତିଆଡ଼ି, ଗୀତାଞ୍ଜଳୀ ଭୂୟାଁ, ଅଧ୍ୟକ୍ଷ। ପ୍ରତିନିଧି ଵିଜୟ କୁମାର ଦୋରା, ସରପଞ୍ଚ ଶ୍ରୀମତୀ ସନ୍ତୋଷିନୀ ସାହୁ, ସି ଡି ପି ଓ ଶ୍ରୀମତୀ ସନ୍ଧ୍ୟାରାଣୀ ପାଣିଗ୍ରାହୀ, ଡାକ୍ତର ସୁଜିତ କୁମାର ବେହେରା, ରାଜେନ୍ଦ୍ର କୁମାର ପ୍ରଧାନ, ସଂଜୟ କୁମାର ସାହୁ, ଆଦିତ୍ୟ ପ୍ରସାଦ ସାହୁ,ମଧୁସ୍ମିତା ବିଶ୍ବାଳ, ପ୍ରଦୀପ କୁମାର ଜେନା, ମନୋଜ କୁମାର ସାହୁ ଙ୍କ ସମେତ ରୋଗୀକଲ୍ୟାଣ ସମିତି ର ସମସ୍ତ ସଦସ୍ୟ ସଦସ୍ୟା ଓ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।





