
ସୁଲକ୍ଷଣା ଦେବୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପାଠପଢା ପାଇଁ ପ୍ରସ୍ତୁତି ବୈଠକ
(ଜେ ବି ଏନ /ସୁବ୍ରତ କୁମାର) ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ପୌରାଞ୍ଚଳ ରେ ଥିବା ସୁଲକ୍ଷଣା ଦେବୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପାଠପଢା ପାଇଁ ପ୍ରସ୍ତୁତି ବୈଠକ। ଏହି ବୈଠକରେ ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ଗାୟତ୍ରୀ ପତ୍ର ସ୍ଵାଗତ ଭାଷଣ ଦେବା ପରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମୀନତି ଦେହୁରୀ ନୂତନ ବର୍ଷ ର ଅଭିନନ୍ଦନ ଜଣାଇବା ସହ covid-19 ଗାଇଡଲାଇନ ଅନୁସାରେ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ଆସିବାକୁ ଅଭିଭାବକ ମାନଙ୍କୁ ଅନୁରୋଧ କରିଥିଲେ।
ବିଦ୍ୟାଳୟ ର ଏସ୍ ଏମ୍ ସି ସଭାପତି ଶ୍ରୀଯୁକ୍ତ ପ୍ରତାପ କୁମାର ପଣ୍ଡା ଗାଇଡଲାଇନ ଅନୁସାରେ ପିଲା ମାନଙ୍କୁ ପଠାଇବା ପାଇଁ ଅଭିଭାବକ ମାନଙ୍କୁ ଅନୁରୋଧ କରିଥିଲେ।

ଶିକ୍ଷୟତ୍ରୀ ଶ୍ରୀମତୀ ଉର୍ମିଲା କର ହାଇ ଆର୍ଚିଭିୟାର ପିଲାମାନଙ୍କ ପାଠପଢା ଉପରେ ସବିଶେଷ ଆଲୋଚନା କରିଥିଲେ। ଶିକ୍ଷୟତ୍ରୀ ଶ୍ରୀମତୀ ମାନସୀ ମାହୁନ୍ତ ଓ ଶ୍ରୀମତୀ ଶର୍ମିଷ୍ଠା ସଭା ପରିଚାଳନା ଦାୟିତ୍ବ ବହନ କରିଥିଲେ। ସବିଶେଷ ରେ ଶିକ୍ଷୟତ୍ରୀ ଶ୍ରୀମତୀ ସ୍ନେହଲତା ତ୍ରିପାଠୀ ଧନ୍ୟବାଦ ପୂର୍ବକ ସଭା ଭଙ୍ଗ କରିଥିଲେ।



