ଆଜି ଖୋଲିଲା ବିଦ୍ୟାଳୟ, ନାଲକୋ ଏସ୍.ବି.ଏମ ଛାତ୍ରଛାତ୍ରୀ ମାନଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥିଲା

ଜେ ବି ଏନ୍, ୦୮/୦୧/୨୦୨୧,(ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ଜିଲ୍ଲା ନାଲକୋ ନଗରରେ ଦୀର୍ଘ ୯ମାସ ପରେ ଖୋଲିଛି ବିଦ୍ୟାଳୟ ମହାମାରୀ କରୋନା ସାରା ବିଶ୍ବରେ ଆତଙ୍କ ଖେଳାଇ ଦେଇଥିଲା । ବିଶେଷକରି ଶିକ୍ଷା ବ୍ୟବସ୍ଥାକୁ ଠପ୍ କରିଦେଇଥିଲା । ସ୍କୁଲ କଲେଜ କେବେ ଖୋଲିବ ସେ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀ ଚିନ୍ତିତ ଥିଲେ । ହେଲେ ୨୦୨୧ ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସି ଆଣି ଦେଇଛି । ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର
ଘୋଷଣା କରିବା ପରେ ଗାଇଡି ଲାଇନ ଅନୁସାରେ ଆଜି ଖୋଲିଲା ସ୍କୁଲ ।ତେବେ ସ୍କୁଲ ରେ ସାମାଜିକ ଦୂରତା ସହ ଅନେକ ନିୟମ ମାନିବାକୁ ପଡ଼ିବ । ଏଥିପାଇଁ ନାଲକୋ ସରସ୍ବତୀ ବିଦ୍ୟାମନ୍ଦିର ପରିସରରେ ସାନିଟାଇଜ୍ କରାଯାଇଛି । ଛାତ୍ରଛାତ୍ରୀ ମାନେ ବସିବାକୁ ଥିବା ବେଂଚ ଡେସ୍କ ଗୁଡିକ ସାନିଟାଇଜ୍ କରାଯାଇଛି। ସ୍କୁଲ ପରିସରକୁ ସ୍ବଚ୍ଛତା ରଖିବା ସହ । କୋଭିଡ୍ ଗାଇଡ ଲାଇନ ଅନୁସାରେ ପାଠପଢ଼ା ଆରମ୍ଭ ହେବ । ସରିଲା ଦୀର୍ଘ ଦିନ ର ଛୁଟି ଏବେ ନନ୍ ଷ୍ଟପ ଚାଲିବ ପାଠପଢ଼ା । ପାଠପଢା କୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି।ନାଲକୋ ସରସ୍ୱତୀ ବିଦ୍ୟାମନ୍ଦିର ର ଛାତ୍ରଛାତ୍ରୀ l



