ଭାରତୀୟ ଜନତା ପାର୍ଟୀ ତରଫରୁ ଡି ଜି ମୁଖ୍ୟ କାର୍ଯ୍ୟାଳୟ ଘେରାଉ

ଜେ ବି ଏନ, ୦୮/୦୧/୨୦୨୧, (ରିପୋର୍ଟ, ଭ୍ରମରବର ବେହେରା), କଟକ : ଆଜି କଟକ ଜିଲ୍ଲା ର ସ୍ଥାନୀୟ ମାତା ମଠ ଠାରୁ ବକ୍ସିବଜାର ସ୍ଥିତ ଡିଜିଙ୍କ ମୁଖ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟୀ ତରଫରୁ ଏକ ପ୍ରତିବାଦ ଶୋଭାଯାତ୍ରା ଆରମ୍ଭ କରାଯାଇ ଡି ଜି ଙ୍କ ଅଫିସ ଘେରାଉ କରାଯାଇଥିଲା l ମାହାଙ୍ଗା ବ୍ଲକ ପୁର୍ବତନ ଅଧ୍ୟକ୍ଷ କୁଳମଣି ନାୟକ ଓ ତାଙ୍କର ସହଯୋଗୀ ଦିବ୍ୟସିଂହ ବରାଳ ମୃତ୍ୟୁ ଘଟଣା ରେ ସମ୍ପୃକ୍ତ ସମସ୍ତ ଅପରାଧି ଓ ମନ୍ତ୍ରୀ ପ୍ରତାପ ଜେନା ଙ୍କୁ ବହିଷ୍କାର ଓ ଗିରଫ ଦାବି ରେ ଏହି ଘେରାଉ କରାଯାଇଥିଲା। ଏହି ଘେରାଉରେ କଟକ ନଗର୍ ସଭାପତି ଲଲାଟେନ୍ଦୁ ବଡୁଙ୍କ ସମେତ ବହୁ ବରିଷ୍ଠ ବିଜେପି କର୍ମକର୍ତ୍ତା ଯୋଗଦେଇ ଥିଲେ।
ପ୍ରକାଶ ଥାଉ କି ମାହାଙ୍ଗା ଡବଲ ମର୍ଡର କେସ ର ମୁଖ୍ୟ ଅଭିଯୁକ୍ତଙ୍କ ସହ ଅନ୍ୟ 3 ଜଣ ଙ୍କୁ ପୁଲିସ ଗିରଫ କରି ସାରିଛି।



