-
ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି

ଜେ ବି ଏନ, ୦୮/୦୧/୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ରାଜ୍ୟ ସ୍ତରୀୟ ଗଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l କୋଭିଡ ନିର୍ଦ୍ଦେଶାବଳୀ ଅନୁପାଳନ ସହ ଚଳିତ ବର୍ଷ ରାଜ୍ୟସ୍ତରୀୟ ୭୨ତମ ଗଣତନ୍ତ୍ର ଦିବସ ପାଳନ କରାଯିବ । ୨୬ ଜାନୁଆରୀ , ସକାଳ ୮.୩୦ ମିନିଟ୍ ସମୟରେ ମହାତ୍ମା ଗାନ୍ଧୀ ମାର୍ଗରେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥୀ ଭାବରେ ଜାତୀୟ ପତାକା ଉତ୍ତୋଳନ କରିବେ । ମାନ୍ୟବର ମୁଖ୍ୟମନ୍ତ୍ରୀ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିବେ । କୋଭିଡ ପରିପ୍ରେକ୍ଷୀରେ ଏଥର ଅପେକ୍ଷାକୃତ କମ୍ ଅତିଥି ଏବଂ ଅଧିକାରୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମରେ ସୀମିତ ସଂଖ୍ୟାରେ କୋଭିଡ୍ ଯୋଦ୍ଧାମାନେ ଉପସ୍ଥିତ ରହିବେ । ଟିଭି ତଥା ସାମାଜିକ ଗଣମାଧ୍ୟମରେ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିପାରିବେ ।



