ନିଷ୍ଠା ପରିବାର ଦ୍ବାରା ଅଜଣା ଅସହାୟ ବୃଦ୍ଧଙ୍କ ଶବ ସତ୍କାର

ଜେ. ବି. ଏନ୍ (୦୮/୦୧ /୨୦୨୧), (ରିପୋର୍ଟ୍, ବିନୋଦ କୁମାର ନାୟକ), ବରଗଡ :ବରଗଡ଼ ଜିଲ୍ଲା ରେଲ ଷ୍ଟେସନ ପାଖରେ ହାଡଭଙ୍ଗା ଶିତରେ ରୋଡ ସାଇଡରେ ପଡିଥିଲେ ଜଣେ ଅଜଣା ବୃଦ୍ଧ ବୟସ ୭୫ ବର୍ଷ ରୁ ଅଧିକ ହେବ ସକାଳୁ ସକାଳୁ ସନ୍ଦିପ ନାମକ ଜଣେ ଭାଇ ନିଷ୍ଠା ପରିବାର କୁ ଫୋନ କରି ଏହି ଖବର ଦେଲେ । ତୁରନ୍ତ ନିଷ୍ଠା ର ଟିମ୍ ପହଞ୍ଚିଥିଲା ଘଟଣାସ୍ଥଳ କୁ ଏବଂ ୧୦୮ ଯୋଗେ ଉଦ୍ଧାର କରିଥିଲା , ତାଙ୍କ ସ୍ଵାସ୍ଥ୍ୟବସ୍ଥା ଅତ୍ୟନ୍ତ ସଂକଟାପନ୍ନ ଥିଲା । ବରଗଡ ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ର କିଛି ସମୟ ପରେ ତାଙ୍କ ର ମୃତ୍ୟୁ ହୋଇଥିଲା । ତାଙ୍କ ର କୌଣସି ପରିଚୟ ନ ମିଳିବାରୁ ପୋଲିସ ର ଅନୁମତି ପରେ ଆଜି ତା : -୦୮ / ୦୧ / ୨୦୨୧ରିଖ ଜିରାନଦୀ ସ୍ବର୍ଗଦ୍ବାରରେ ନିଷ୍ଠା ପରିବାର ଦ୍ବାରା ତାଙ୍କ ର ଶବଦାହ କରାଗଲା । ଏହି ମହତ କାର୍ଯ୍ୟ ରେ ନିଷ୍ଠା ପରିବାର ର ଉପଦେଷ୍ଟା ବିଦ୍ୟାଧର ଭୋଇ , କୋଷାଧକ୍ଷ ଶ୍ୟାମ ସୁନ୍ଦର ସାହୁ , ସଦସ୍ୟ ଦୟାନିଧ୍ବ ଷଡଙ୍ଗୀ ବିରେନ୍ଦ୍ର ମହାନନ୍ଦ ଏବଂ ବିଦ୍ୟାଧର ବନଛୋର ପ୍ରମୁଖ ସହଯୋଗ କରିଥିଲେ । ଦୀର୍ଘ ଦଶ ବର୍ଷ ଧରି ଲୋକଙ୍କ ସେବାରେ ଉତ୍ସର୍ଗୀକୃତ ନିଷ୍ଠା ପରିବାର।



