ଢ଼ିଙ୍କିଆପଞ୍ଚାୟତ ବାସୀ ଶୋଷଣ ଓ ନିର୍ଯାତନାରୁ ମୁକ୍ତି ପାଇଁ ଜାତୀୟ ମାନବିକ ଅଧିକାର ଆୟୋଗଙ୍କୁ ଚିଠି ଓ ବିରାଟ ପଦଯାତ୍ରା

ଜେ ବି ଏନ, /୦୧/୨୦୨୧,(ରିପୋର୍ଟ, ରିପୋର୍ଟ JRP), ଜଗତସିଂହପୁର : ଦୀର୍ଘ ୨୦ ବର୍ଷ ହେବ ରାଜ୍ୟ ସରକାର ଢ଼ିଙ୍କିଆ ପଞ୍ଚାୟତ ର ସହ ସହ ଏକର ଜଂଗଲ ଜମି ରେ ବଳ ପୂର୍ବକ କମ୍ପାନୀ ପ୍ରତିଷ୍ଠା କରିବା ଲକ୍ଷ୍ୟ ରେ ଜମି ଅଧିଗ୍ରହଣ କରି ଅଞ୍ଚଳ ବାସୀଙ୍କୁ ମାନସିକ ନିର୍ଯାତନା ଦେଇଆସୁଛି ! ସହ ସହ ବର୍ଷ ଧରି ଢ଼ିଙ୍କିଆ ପଞ୍ଚାୟତ ବାସୀ ଜଂଗଲ ଜମି ରେ ଧାନ, ପାନ, ମୀନ ଚାଷକରି ପରିବାର ଭରଣ ପୋଷଣ କରିଆସୁଥିଲେ !ହେଲେ ସରକାର ଜଂଗଲ ଜମି ଅଧିଗ୍ରହଣ କରିବା ଦ୍ଵାରା ହଜାର ହଜାର ଜନସାଧାରଣ କର୍ମ ସଂସ୍ଥାନ ହରାଇବସି ସରକାର ଙ୍କ ଜମି ଅଧିଗ୍ରହଣ କୁ ଦୀର୍ଘ କୋଡିଏ ବର୍ଷ ହେବ ବିରୋଧ କରି ଆସୁଛନ୍ତି ! ପାରାଦ୍ଵୀପ – ହାଇଦ୍ରାବାଦ୍ ପାଇପ୍ ଲାଇନ୍ କାର୍ଯ୍ୟ ଗୋଚର ଜମିରେ ଜୋର୍ ଜବରଦସ୍ତ କରିବା,ଏବଂ ରାଜ୍ୟ ସରକାର JSWକମ୍ପାନୀ କରିବା ମସୁଧାରେ ନିଜ ଜିଲ୍ଲାରେ ଜଣେ କମ୍ପାନୀ ଦଲାଲ୍ ଯେକି ୨୦୧୩ ମସିହାରେ ଇଡକୋ ଅଧିକାରୀ ଥିବା ସମୟରେ ଆନ୍ଦୋଳନରତ ଛୋଟ ପିଲାଙ୍କୁ ଟାଣି,ନିର୍ଯାତନା ଦେବା ସହିତ ଅସଭ୍ୟ ଭାଷାରେ ଗାଳୀ ଗୁଲଜ କରିବା ଓ ଆକ୍ରୋଶ ମୂଳକ ଭାବେ ଆନ୍ଦୋଳନକାରୀ କୁ ପୋଲିସ୍ ଠିଆ ହୋଇଥିବା ସମୟରେ ପୋଲିସ୍ ଠାରୁ ଲାଠି ଛଡ଼ାଇ ଅତି ନିର୍ମମ ଭାବେ ଲାଠିରେ ପିଟି ମାନବିକ ଅଧିକାର କ୍ଷୁର୍ଣ୍ଣ କରିଥିବା ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ବାରମ୍ବାର ଜିଲ୍ଲାପାଳ ଭାବେ ନିଯୁକ୍ତି କରିବା ଅତି ନିନ୍ଦନୀୟ ଘଟଣା ସମ୍ପର୍କ ରେ ମାନବିକ ଅଧିକାର ଆୟୋଗ,ଭାରତ ସରକାର ଙ୍କ ପାଖକୁ ଏକ ଚିଠି ପ୍ରେରଣ କରିବା ସହିତ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ରାଷ୍ଟ୍ରପତି କୁ ଚିଠି ପ୍ରେରଣ କରାଯାଇଛି !



