ଆରପିଡ଼ିଏସି ବୈଠକରୁ ମିଳୁନି ସଫଳତା
ତାଳଚେର, ୨୭/୦୬ ତାଳଚେରରେ ଥିବା ବିଭିନ୍ନ ରଷ୍ଟ୍ରାୟତ ଉଦ୍ୟେଗ ସମଲବ୍ୟାରେଜ ଓ ରେଙ୍ଗାଳିବନ୍ଧ ଯୋଜନାରେ ସ୍ଥାନୀୟ ପ୍ରଜାଙ୍କର ଶହଶହ ଏକର ଚାଷଜମି ଘାରବାଡ଼ି ଉଦ୍ଦେଶ୍ୟରେ ସମର୍ପିତ ହୋଇଥିବା ବେଳେ ଏହାର ପ୍ରତିବଦଳରେ ସେମାନଙ୍କ ମଧ୍ୟରୁ ବହୁ ଲୋକ କୌଣସି ସୁଫଳ ପାଇପାରୁ ନାହାନ୍ତି । ଜମି ହରାଇଥିବା ଅଂଚଳବାସୀ ନିଜର କୌଳିତ ବୃତି ହରାଇବା ସହ ଏବେ ସେମାନେ ବେସାହାରା ହୋଇ ପଡ଼ିଛନ୍ତି । ସରକାରଙ୍କର ଥଇଥାନ ବ୍ୟବସ୍ଥାନ ନିୟମ ଅନୁଯାୟୀ ବିସ୍ଥାପିତଙ୍କ ଲାଗି ରିହାବିଲିଷ୍ଟେସନ୍ ଆଣ୍ଡ ପେରିଫେରି ଡ଼େଭଲୋପମେଂଟ୍ ଆଡ଼ଭାଇଜର୍ କମିଟି (ଆରପିଡ଼ିଏସି) ଗଠନ ହୋଇଥିଲେ ମଧ୍ୟ ଏହାର କାର୍ଯ୍ୟକାରୀତାରେ କ୍ଷତିଗ୍ରସ୍ତ ସୁଫଳ ପାଇପାରୁ ନାହାନ୍ତି ବୋଲି ଜନବିକାଶ କଲ୍ୟାଣ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । କମ୍ପାନୀ କର୍ତୁପକ୍ଷ ସ୍ଥାନୀୟ ରାଜନେତା ପ୍ରଶାସନ ମିଳିତ ଉଦ୍ୟମରେ ପ୍ରଜାମାନଙ୍କ ଲାଗି ଯେଉଁ ନିଷ୍ପତି ନିଆଯାଇଛି ତାହା କାର୍ଯ୍ୟକାରୀ ହେବା ତ ଦୂରର କଥା କେବଳ କ୍ଷତିଗ୍ରସ୍ତ ହେଉଛନ୍ତି । ଏହି କମିଟିର ସଠିକ୍ ସମୟରେ ବସ ନାହିଁ । ଯେତେ ବେଳେ ଏହି କମିଟିର ବୈଠକ ହେଉଛି ବିସ୍ଥାପିତଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତିରେ ରହି ଯାଉଛି । ଏହି ବୈଠକରେ କମ୍ପାନୀ ଗୁଡ଼ିକ କାର୍ଯ୍ୟଧାରା ନେଇ ଅନେକ ସମୟରେ ରାଜନେତାମାନେ କମ୍ପାନୀ କର୍ତୁପକ୍ଷ କୌଣସି କଥା ଶୁଣୁନାହାନ୍ତି କହି ଏହାର ପ୍ରତିବାଦରେ ବୈଠକ ଅଧାରୁ ଚାଲି ଯାଉଛନ୍ତି । ଏହା ଦ୍ୱାରା ବିସ୍ଥାପିତ ପ୍ରଜାମାନେ କିଚଇ ପାଉନାହାନ୍ତି ଯାହା ଫଳରେ ଜମିହରା ନିଜର ନ୍ୟାର୍ଯ୍ୟ ଅଧିକାର ପାଇଁ ବର୍ଷ ବର୍ଷ ଅପେକ୍ଷା ପରେ ବାଧ୍ୟହୋଇ ଆନ୍ଦୋଳନ ପନ୍ଥା ଅବଲମ୍ବନ କରୁଛନ୍ତି । ଆରପିଡ଼ିଏସି କମିଟିର ସଦସ୍ୟ ଥିବା ପ୍ରତିନିଧିମାନେ ଏହି ଆନ୍ଦୋଳନକୁ କେତେକାଂଶରେ ସମର୍ଥନ କରୁଥିବା ବେଳେ ଅନ୍ୟ କେତେକ ପରିସ୍ଥିତିରେ କମ୍ପାନୀକୁ ସୁହାଇଲା ଭଳି କାର୍ଯ୍ୟ କରୁଛନ୍ତି ବୋଲି ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ଏହି କମିଟିର ସଦସ୍ୟମାନେ ବିସ୍ଥାପିତ ଗ୍ରାମବାସୀଙ୍କ ସହ ବସି ଜିଲ୍ଳା ପ୍ରଶାସନ ସହିତ ବିସ୍ଥାପିତ ମାନଙ୍କ ସମସ୍ୟା ନେଇ ବାରମ୍ବାର ସମୀକ୍ଷା ବୈଠକ ଏହା ଉପସ୍ଥାପନ କରିପାରିଲେ ଏହା କମ୍ପାନୀ ମାନଙ୍କ ଉପରେ ଚାପ ସୃଷ୍ଟି ହୁଅନ୍ତା ଏବଂ କ୍ଷତିଗ୍ରସ୍ତ ଲୋକମାନେ ନିଜର ହକ୍ ପାଇପାରନ୍ତେ । ଏହା ନହେବା ଫଳରେ ଜମି ଜମିବାଡ଼ି ହରାଇ ସର୍ବସ୍ୱାନ୍ତ ହୋଇଥିବା ବିସ୍ଥାପିତ ପରିବାର ଗୁଡ଼ିକ ରାଜନୀତି ପଶାପାଲି କେବଳ ହନ୍ତସନ୍ତ ହେବା ସାର ହେଉଛି ବୋଲି କୁହାଯାଇଛି । ଏଠାରେ ରାଜନୀତି ଲୋକମାନେ ବିସ୍ଥାପିତଙ୍କ ପ୍ରକୃତ ସମସ୍ୟା ସଠିକ୍ ଢ଼ଙ୍ଗରେ ନଜର ନଦେଇ ଉଦାସୀନତା ରହୁଥିବାରୁ ଯୋଗୁଁ ଏହା ବେଶ୍ କମ୍ପାନୀମାନଙ୍କ ସୁବିଧା ସ୍ଥିତି ଆଣି ଦେଉଛି । ଜମିହରା ପ୍ରଜାର ନିଜଚାଷ ଜମି ତାର ହକ୍ ପାନଥିଲା ବେଳେ ସେହି ଜମି ଉପରେ ଗଢ଼ି ଉଠୁଛି କୃତ୍ରିମ ପାହାଡ଼, କାରଖାନା, ବଡ଼ବଡ଼ ଶିଳ୍ପସଂସ୍ଥା ଓ ଖଣିଖାଦାନ । ଭବିଷ୍ୟତ ବଂଶଧାରା ପାଇଁ ଏହା କେବଳ ଅନ୍ଧକାର ବୋଲି ସ୍ପଷ୍ଟ ସେ ବାରିପାରୁଛି ବୋଲି ସଂଘ ପକ୍ଷରୁ କୁହାଯାଇଛି ।

June 27, 2026/
No Comments


