ବାଉଁଶ ପୋଖରୀ ବିବେକାନନ୍ଦ ୟୁଥ କ୍ଳବ ଦ୍ୱାରା କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି

ନନ୍ଦ ଦୁର୍ଦ୍ଧଷ ବାହିନୀ ମା ବାଉତି ଟିମ, ଠୋକର କୁ ସଳତି ରଣକ୍ଷେତ୍ର ରେ ଗଡଜାତ ବାହିନୀ M. R. C, ହିନ୍ଦୋଳ ଦ୍ୱାରା ଧରାଶାୟୀ l
-ଜେ ବି ଏନ, ୧୧/୦୧/୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ମହାପାତ୍ର), ଢେଙ୍କାନାଳ : ବିବେକାନନ୍ଦ ୟୁଥ କ୍ଲବ, ବାଉଁଶ ପୋଖରୀ ହିନ୍ଦୋଳ ଆନୁକୂଲ୍ୟରେ 30-12-20ରୁ ଆରମ୍ଭ ହୋଇ 10-01-21ରେ ଉଦଯାପିତ ହୋଇ ଯାଇଛି l ଉଦଯାପନୀ ମ୍ୟାଚ ରେ ହିନ୍ଦୋଳ M. R. C. ଓ ମା ବାଉତି କ୍ରିକେଟ ଟିମ ଠୋକର ମଧ୍ୟରେ ଅନୁଷ୍ଠିତ ହୋଇ ଥିଲା l ପ୍ରଥମେ ହିନ୍ଦୋଳ ଟିମ ଟସ ଜିତ ବ୍ୟାଟିଙ୍ଗ କରି ନିର୍ଧାରିତ ଓଭରରେ 230ରନ କରି ଚମ୍ପିୟାନ ହୋଇଥିବା ବେଳେ ଠୋକର ଟିମ ନିଦିଷ୍ଟ ଓଭର ରେ 120ରନ ସଂଗ୍ରହ କରି ଅଲ ଆଉଟ ହୋଇ ରନର୍ସ ଅପ ହୋଇଛି. I ହିନ୍ଦୋଳର କାହ୍ନା ପଟ୍ଟନାୟକ ଉଭୟ ମ୍ୟାନ ଅପ ଦି ମ୍ୟାଚ ଓ ସିରିଜ ଅର୍ଜନ କରିଛନ୍ତି l ଏହି ଉଦଯାପନୀ ଉତ୍ସବ ରେ ହିନ୍ଦୋଳ ବ୍ଲକ ଅଧକ୍ଷ୍ୟ ପ୍ରିୟ ରଞ୍ଜନ ମାହୁନ୍ତ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଚମ୍ପିୟାନ ଓ ରନର୍ସ ଅପ ଙ୍କୁ ଟ୍ରଫି ସହ ପୁରସ୍କାର ପ୍ରଦାନ କରିଥିଲେ l ଖେଳକୁ ମୁରଲୀ ଧରନ ଓ ପ୍ରସନ କୁମାର ପରିଚାଳନା କରିଥିବା ବେଳେ ମଳୟ କୁମାର ଧାରା ବିବରଣୀ ପ୍ରଦାନ କରିଥିଲେ l ସ୍କୋରର ପ୍ରକାଶସେଠି ଓ ସମସ୍ତ ସଭ୍ୟ ସହଯୋଗ କରିଥିଲେ l



