ପ୍ରଶାସନ ପକ୍ଷରୁ ଠିପି ବନ୍ଦ ମଦ ଦୋକାନ ସିଲ୍

ଜେ ବି ଏନ, ୧୪/୦୧ /୨୦୨୧, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର : ବରହମପୁର ଖଡାସିଂ ରେ ଥିବା ଠିପି ବନ୍ଦ ମଦ ଦୋକାନ ଉପରେ ପ୍ରଶାସନ ଚଢାଉ କରି ଦୋକାନ ଟି କୁ ସିଲ କରିଥିଲେ l ଆଜି ସନ୍ଧ୍ୟା ରେ ଠିପି ବନ୍ଦ ଲାଇସେନ୍ସ ଥିବା ଦୋକାନ ଟି ରେ ବହୁ ପରିମାଣ ରେ ଭିଡ ଜମିବା ସହ ବହୁ ମଦୁଆ ଙ୍କ ଆଡା ସ୍ଥଳୀ ରେ ପରିଣତ ହୋଇଥିଲା l ଏହି ସବୁ କୁ ଦୃଷ୍ଟି କୁ ଦେଖି ପ୍ରଶାସନ ର ନଜର ଦୋକାନ ଟି ଉପରେ ପଡିଥିଲା, ଏହି ମଦ ଦୋକାନ ଟି କୁ ପ୍ରଶାସନ ଚଢାଉ କରି ସିଲ୍ କରିଥିଲେ। ଏହି ଚଢାଉ ସମୟରେ ବରହମପୁର ଉପଜିଲ୍ଲାପାଳ ଭି ,କାର୍ତ୍ତିକ ବାସନ,ଉପଖଣ୍ଡ ସ୍ତରୀୟ ମଜିଷ୍ଟର ଶ୍ୱେତ କୁମାର ଦାସ, ତହସିଲଦାର ସିପନ କୁମାର ପାତ୍ର,ସହକାରୀ ଉପଜିଲ୍ଲାପାଳ ମାଲେଶ୍ୱର୍ ପାତ୍ର, ପ୍ରମୁଖ ଉପସ୍ଥିତ ଥିଲେ।



