ବିମଳ ବେଡା ସମ୍ପୂର୍ଣ ସୁକନ୍ୟା ସମୃଦ୍ଧି ଗ୍ରାମ

ଜେ ବି ଏନ୍ ୧୫/୦୧/୨୦୨୧,(ରିପୋର୍ଟ ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ବଡ ହିଂସର ପଞ୍ଚାୟତ ଅନ୍ତର୍ଗତ ବିମଳବେଡା ଗ୍ରାମକୁ ଡାକ ବିଭାଗ ତରଫରୁ ସମ୍ପୂର୍ଣ ସୁକନ୍ୟା ସମୃଦ୍ଧି ଗ୍ରାମ ଘୋଷଣା କରାଯାଇଛି।ଗାଁ ର ୧ରୁ୧୦ ସମସ୍ତ କନ୍ୟା ସନ୍ତାନ ମାନଙ୍କୁ ଏହି ଯୋଜନା ରେ ସାମିଲ କରାଯାଇଛି।ଏହି ଉପଲକ୍ଷେ ବିମଳ ବେଡା ଡାକ ଘର ଠାରେ ବିମଳ ବେଡା ଶାଖା ଡାକ ପାଳ କିଶୋର ହେମ୍ବ୍ରମଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା।ବଡହିଂସର ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରୁମୁକ୍ତା ସେଠି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସୁକନ୍ୟା ସମୃଦ୍ଧି ଯୋଜନାରେ ଗୁରୁତ୍ବ ଉପରେ ଆଲୋଚନା କରିଥିଲେ ଏବଂ ଏହି ଯୋଜନାର ଲାଭ ଉଠାଇବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ।ଅନୁଗୋଳ ପଶ୍ଚିମଞ୍ଚଳ ଉପଖଣ୍ଡ ତତ୍ୱ ବିଧାରକ ଶ୍ରୀ ନୀଳକଣ୍ଠ ଗଡନାୟକ ସଭାରେ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଦୁର୍ଗାପୁର ଶାଖା ଡାକପାଳ ଶ୍ରୀ ନିର୍ମଳ କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା ସହଯୋଗ କରିବା।



