ବିଧାୟକ୍ ଙ୍କ ଉପସ୍ଥିତି ରେ କୀଟନାଶକ ମସୁରି ବଣ୍ଟନ

(ଜେ. ବି. ଏନ୍) ୧୫/୦୧ /୨୦୨୧ ବିନୋଦ କୁମାର ନାୟକ. ବରଗଡ଼ : ବରଗଡ ଜିଲ୍ଲା ସୋହେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଆୟୋଜିତ ବୀରମାଟି ଘେଁସର ମିଳନ ମଣ୍ଡପଠାରେ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବଣ୍ଟନ କରାଯାଇଥିଲା। ଏହି

କାର୍ଯ୍ୟକ୍ରମ ରେ ବିଧାୟକ ଶ୍ରୀ ସୁଶାନ୍ତ ସିଂ ଯୋଗଦାନ କରି ମଶୁରି ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବେ ପଦ୍ମଶ୍ରୀ ହଳଧର ନାଗ,ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡାକ୍ତର ସାଧୁ ଚରଣ ଦାସ,ଜିଲ୍ଲା ପରିଷଦ ସଭ୍ୟ ଦୟାନିଧି ପଟେଲ,ଘେଁସ ସରପଞ୍ଚ ଶ୍ରୀମତୀ ମମତା ସିଂ ବରିହା, ଡାକ୍ତର ସମୀର ପଣ୍ଡା, ଡାକ୍ତର ଧର୍ମେନ୍ଦ୍ର ମିଶ୍ର, ଅଙ୍ଗନୱାଡ଼ି କର୍ମୀ ଓ ଆଶା କର୍ମୀ ଉପସ୍ଥିତ ଥିଲେ।






