
ଜଳ ଯୋଗାଣ ନିମନ୍ତେ ଉପବାଚସ୍ପତି ଙ୍କ ଦ୍ଵାରା ପାଣି ଟାଙ୍କି ର ଶିଳାନ୍ୟାସ
(ଜେ ବି ଏନ /ସୁଶାନ୍ତ କୁମାର) ୧୫/୦୧ /୨୦୨୧ ଅନୁଗୋଳ : ବଅଁରପାଳ ବ୍ଲକ ଅନ୍ତର୍ଗତ ତୁଳସିପାଳ ଗ୍ରାମ ପଞ୍ଚାୟତର ଗୋଡ଼ି ସାହି ଠାରେ ଆଜି ୩୪ ଲକ୍ଷ ୩୫ ହଜାର ଟଙ୍କା ବିନିମୟ ରେ ନୂତନ ଭାବେ ହେବାକୁ ଥିବା ଓଭର ହେଡ ପାଣି ଟାଙ୍କି ର ଭିତ୍ତିପ୍ରସ୍ତର ସ୍ଥାପନ ଓ ଭୂମି ପୂଜନ ଓଡ଼ିଶା ବିଧାନସଭାର ଉପ-ବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତାଙ୍କ କରକମଳରେ ଶୁଭ ଉଦଘାଟନ ହୋଇଯାଇଛି।

ଏହି କାର୍ଯ୍ୟକ୍ରମ ରେ ସମସ୍ତ ଗ୍ରାମ ବାସୀ ଉପସ୍ଥିତ ରହି ମାନ୍ୟବର ଉପ-ବାଚସ୍ପତି ଙ୍କୁ ଅତି ଆନନ୍ଦ ସହିତ ଗ୍ରାମକୁ ପାଛୋଟି ନେଇଥିଲେ। ସେହି ପରି ବଅଁରପାଳ ବ୍ଲକ ଅନ୍ତର୍ଗତ ଗୋତମରା ଗ୍ରାମ ରେ ଜଳ ଯୋଗାଣ ନିମନ୍ତେ ଏକ ଓଭର୍ ହେଡ ଟ୍ୟାଙ୍କ ର ଶିଳାନ୍ୟାସ କରାଯାଇଅଛି। ସୂଚନା ମୁତାବକ ଗୋତମରା ଗ୍ରାମ ପଞ୍ଚାୟତର ଜଗନ୍ନାଥ ମନ୍ଦିର ସାହି,ମେଡିକାଲ କଲୋନୀ ଓ ହାଟ ସାହି ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଣ ପାଇଁ ୪୮ ଲକ୍ଷ ୮୯ ହଜାର ଟଙ୍କା ବିନିମୟ ର ଓଭର ହେଡ ପାଣି ଟାଙ୍କି ର ଭିତ୍ତିପ୍ରସ୍ତର ସ୍ଥାପନ ଓ ଭୂମି ପୂଜନ ଓଡ଼ିଶା ବିଧାନସଭାର ଉପ-ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ଙ୍କ କରକମଳରେ ଉଦଘାଟନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଦସ୍ୟ ତଥା ଉପାଧକ୍ଷ ମଞ୍ଜୁଳାତ ସାହୁ, ବ୍ଲକ ଅଧକ୍ଷା ଅଞ୍ଜଳି ଭୋଇ,ବ୍ଲକ ବିଜେଡ଼ି ସଭାପତି ବିଜୟ କୁମାର ନାଥ, ସମ୍ପାଦକ ବାଉରୀ ବନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।



