
ଅନୁଗୋଳ ଜିଲ୍ଲାରୁ ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ
ସୁସ୍ଥ ହେଲେ ୧୬ ଜଣ ଆକ୍ରାନ୍ତ ।
(ଜେ ବି ଏନ /ସୁଶିଲ କୁମାର) ୧୯/୦୧ /୨୦୨୧ ଅନୁଗୋଳ : ଆଜି ଅନୁଗୋଳ ଜିଲ୍ଲାରେ ୦୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି । ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ବାବ ନମୁନା ଦେଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୩୦ ରେ ପହଞ୍ଚିଛି ।

ଅନୁଗୋଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନଙ୍କ ମଧ୍ୟରେ ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୪ଜଣ ( ୧ଜଣ ପୁରୁଷ ଓ ୩ଜଣ ମହିଳା ) , ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୨ଜଣ ( ୧ଜଣ ପୁରୁଷ ଓ ୧ଜଣ ମହିଳା ) , ତାଳଚେର ବ୍ଲକ୍ ଅଞ୍ଚଳରୁ ୨ଜଣ ( ୧ଜଣ ପୁରୁଷ ଓ୧ଜଣ ମହିଳା ) ଓ ଅନୁଗୋଳ ପୌରାଞ୍ଚଳରୁ ୧ଜଣ ୧ଜଣ ପୁରୁଷ ) ଅଛନ୍ତି । ଆଜି ପାଳଲହଡା ବ୍ଳକ , ଅନୁଗୋଳ ବ୍ଳକ , କିଶୋରନଗର ବ୍ଳକ , ତାଳଚେର ପୌରାଞ୍ଚଳ , ଆଠମଲ୍ଲିକ ବ୍ଲକ , ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ଓ କଣିହାଁ ବ୍ଲକ ପ୍ରଭୃତି ୭ଟି ଅଞ୍ଚଳରେ କୌଣସି ପଜିଟିଭ ଚିହ୍ନଟ ହୋଇନାହାନ୍ତି । ଚିହ୍ନଟ ହୋଇଥିବା ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେସନ ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । ଅନୁଗୋଳ ଜିଲ୍ଲାରୁ ୧୬ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨ଜଣ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡରୁ ଓ ୧୪ ଜଣ ହୋମ ଆଇସୋଲେସନ ରୁ ସୁସ୍ଥ ହୋଇଛନ୍ତି ।



