ନୂତନ ଭାବେ ନିର୍ମାଣ ହେଉଥିବା ୧୪୯ନଂ ଜାତୀୟ ରାଜପଥର ସ୍ଥାୟୀତ୍ୱ ଉପରେ ପ୍ରଶ୍ନ

ତାଳଚେର, ୨୫/୦୬ ୧୪୯ନଂ ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣାରେ ମୃତ୍ୟୁ ପାଇବା ପରେ ଦୀର୍ଘବର୍ଷ ଅପେକ୍ଷା ସରକାର ୪ଲାଇନ୍ ବିଶିଷ୍ଟ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର କ଼ଲେ । ଏହାପରେ ଠିକାଦାର ଆଜକୁ ୬ମାସ ହେବ ତାଳବେଡ଼ା ଠାରୁ ପ୍ରଥମ ଡ଼୍ରେନ କାର୍ଯ୍ୟ ଆରମ୍ଭ ହୋଇ ରାସ୍ତା ଉପରେ ମାଟି ବିଛାଇ ଠାଏ ଠାଏ କଙ୍କ୍ରିଟ ରାସ୍ତା କାର୍ଯ୍ୟ ଆରମ୍ଭ କରିଛି । ମାତ୍ର ନୂତନ ନିର୍ମାଣଧିନ ଡ଼୍ରେନ ଗୁଡ଼ିକରେ ଆବଶ୍ୟକ ପାଣି ଦିଆଯାଉନଥିବାରୁ ଡ଼୍ରେନର ସ୍ଥାୟୀତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେବାସହ ନୂତନ ନିର୍ମାଣଧିନ କଙ୍କ୍ରିଟ ରାସ୍ତାରେ ଏପରିକି ପାଣିଟୋପାଏ ପକାଯାଉନଥିବା ଅଭିଯୋଗ ହେଉଛି । ସମ୍ପୃକ୍ତ ଠିକାଦାର ଦିନ ସମୟରେ କଙ୍କ୍ରିଟ ରାସ୍ତା ନିର୍ମାଣ କରିବା ପରିବେର୍ତ ଅତି ତରବରିଆ ଭାବେ ରାତାରାତି ନିମ୍ନମାନର କଙ୍କ୍ରିଟ ରାସ୍ତା କିପରି ନିର୍ମାଣ କରୁଛି ତାକୁ ନେଇ ପ୍ରଶ୍ନ ଉଙ୍କି ମାରୁଛି । ଏନଏଚଆଇ ବିଭାଗ ପକ୍ଷରୁ ଏହାର ତଦାରଖ ଦାୟୀତ୍ୱ ଥିଲେ ମଧ୍ୟ ସାଇଡ଼ରେ କାର୍ଯ୍ୟ ହେଲା ବେଳେ ବିଭାଗ ପକ୍ଷରୁ କୌଣସି କର୍ମଚାରୀ ରହୁନଥିବା ଦେଖିବାକୁ ମିଳିଛି । ଏହି ନୂତନ ରାସ୍ତା ପାଇଁ କୋଟି କୋଟି ଟଙ୍କା ପାଣିପରି ଖର୍ଚ୍ଚ ହେଉଥିଲେ ମଧ୍ୟ ସତେ ଯେପରି ‘କମ୍ପାନୀ କା ମାଲ ଦରିଆ ମେଁ ଡ଼ାଲ’ ଭଳି ଏଥିପ୍ରତି କାହାର ଖାତିର ନଥିବା ପରି ମନେ ହେଉଛି । ଏହି ନୂତନ ୪ଲାଇନ ବିଶିଷ୍ଟ ଜାତୀୟ ରାଜପଥରେ ପାଉଁଶ ବିଛାଇ ତାଉପରେ ପାଣି ସିଚଂନ କରାଯାଉନଥିବାରୁ ହାଲୁକା ପବନ ହେଲେ ଏହା ଉଡ଼ି ଘୂର୍ଣିବଳୟ ଅବସ୍ଥା ଦେଖାଦେଇଛି । ଆଜି ଠିକାଦାର ରାସ୍ତା ନିର୍ମାଣ କରିବାକୁ ବାଇପାସ୍ ଛକ ଠାରେ ଏକ ୩ଫୁଟର ଗାତ ଖୋଳିଦେଇ ଥିବାରୁ ଏକ ବାଇକ ଆରୋହୀ ସେହି ଗାତ ମଧ୍ୟରେ ଗଳି ପଡ଼ିବା ଘଟଣା ଚର୍ଚ୍ଚା ପରିସରକୁ ଆସିଛି ଓ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତି ଯାଇଥିବା ସ୍ଥାନୀୟ ଅଚଂଳବାସୀଙ୍କ ଠାରୁ ଶୁଣିବାକୁ ମଳିଛି । ଏହି ପରିପ୍ରେକ୍ଷୀରେ ନୂତନ ନିର୍ମାଣଧିନ ୧୪୯ନଂ ଜାତୀୟ ରାଜପଥର ସ୍ଥାୟୀତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେବାସହ ରାସ୍ତାରେ ପକାଉଥିବା ପାଇଶଁ ଯୋଗୁଁ ଧୂଳିଧଆଁରେ ପଥଚାରୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏନଏଚଆଇ କର୍ତୁପକ୍ଷ କୁମ୍ଭକର୍ଣ୍ଣ ନିଦ୍ରାରେ ନଶୋଇ ଏସବୁ ପ୍ରତି କଡ଼ାକଡ଼ି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।



