ବାଦାମବାଡି ଠାରେ ଆଜାଦ ହିନ୍ଦ ସେବକ ଓ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ, କଟକଂକ ମିଳିତ ଆନୁକୂଲ୍ୟରେ ସଡକ ସୁରକ୍ଷା ସପ୍ତାହ ପାଳିତ

ଜେ ବି ଏନ, ୨୦/୦୧ /୨୦୨୧, (ରିପୋର୍ଟ, ପ୍ରଦୀପ୍ତ କୁମାର ଘଡେଇ), କଟକ : ସାରା ରାଜ୍ଯରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହେଉଥିବା ବେଳେ ଆଜି ରୌପ୍ୟ ନଗରୀ କଟକ ସହରର ବାଦାମବାଡି ଠାରେ ଆଜାଦ ହିନ୍ଦ ସେବକ ଓ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ, କଟକଂକ ମିଳିତ ଆନୁକୂଲ୍ୟରେ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ଵାଦାମବାଡି ଥାନା ଆରକ୍ଷୀ ଅଧିକାରୀ ଶ୍ରୀ ରଶ୍ମି ରଞ୍ଜନ ମହାପାତ୍ରଙ୍କୁ ଉପଢୌକନ ପିନ୍ଧାଇ ସଡକ ସୁରକ୍ଷା ରେ ଶ୍ରେଷ୍ଠ ଅବଦାନ ଲାଗି ସମ୍ମାନୀତ କରାଯାଇଥିଲା। ହେଲମେଟ ପିନ୍ଧିଥିବା ଆରୋହୀମାନଙ୍କୁ ଉପହାର ସ୍ବରୂପ ଗୋଲାପ ଫୁଲ ପ୍ରଦାନ ସହ ଧନ୍ଯବାଦ ଦିଆଯାଇଥିଲା। ବିନା ହେଲମେଟ ରେ ଥିବା ଚାଳକମାନଙ୍କୁ ସଚେତନତାର ବାର୍ତ୍ତା ଦିଆଯାଇ ସଚେତନ କରାଯାଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମ ରେ ଆଜାଦ ହିନ୍ଦ୍ ସେବକର ସଭାପତି ଶ୍ରୀ ଚିତ୍ତରଞ୍ଜନ ଦାସ ସଭାପତିତ୍ୱ କରିଥିବା ବେଳେ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ, କଟକ ଶାଖା ର ସାଧାରଣ ସମ୍ପାଦକ ଶ୍ରୀ ସଂଜୟ କୁମାର ଶତପଥୀ ପରିଚାଳନା କରିଥୂଲେ। ଅନ୍ୟମାନଙ୍କ ମଧ୍ଯରେ ସାମ୍ବାଦିକ ଶ୍ରୀ ଜିତେନ୍ଦ୍ର ପଣ୍ଡା, ଶ୍ରୀ ପ୍ରଦୀପ୍ତ ଘଡେଇ, ଶ୍ରୀ ସିଦ୍ଧେଶ୍ଵର ରାଉଳ, ଶ୍ରୀ ଅର୍ଜୁନ ନାୟକ, କାଳନ୍ଦୀ ନାୟକ, ଅଭିଷେକ ସରକାର, ଅମୀତ ମହାନ୍ତି, ସସ୍ମିତା ବାରିକ, ଲକ୍ଷ୍ମୀପ୍ରିୟା ବେହେରା, ଲିଜା ସାହୁ, ଶିବାନୀ ଦାସ, ସୁଜାତା ଶର୍ମା, ଟି. କବିତା, ଜସ୍ମିନ ବିବି, ମିତାଲି ଦାସ, ପ୍ଲାବନ ଦେବନାଥ, ସୁବାଶିଷ ବାନାର୍ଜୀ, ବିଶ୍ବଜିତ ଜେନା, ଚିତ୍ତରଞ୍ଜନ ମିର୍ଧା ପ୍ରମୁଖ ଯୋଗଦେଇଥିଲେ।



