ଢେଙ୍କାନାଳ କପିଳାଶ ରେଞ୍ଜ ବନ ବିଭାଗର ଚଢଉ, ହରିଣ ଛାଲ ଓ ବଜ୍ର କାପ୍ତାକାତି ଜବତ, ଚାରି ଶିକାରୀ ଗିରଫ

ଜେ ବି ଏନ, ୨୦/୦୧ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ : ଢେଙ୍କାନାଳ କପିଳାଶ ରେଞ୍ଜ ବନ କର୍ମଚାରୀମାନେ ଢେଙ୍କାନାଳ ନିହଲ ପ୍ରସାଦ ଅଞ୍ଚଳରେ ଚଢ଼ାଉ କରି ହରିଣ ଛାଲ ଓ ବଜ୍ର କାପ୍ତାକାତି ଜବତ କରିବା ସହ ୪ ଜଣ ଶିକାରୀଙ୍କୁ ଗିରଫ କରିଛି।
ଏହି ଚଢ଼ାଉରେ ଗୋଟିଏ ହରିଣର ଛାଲ, ୭ଟି ବଜ୍ରକାପ୍ତା କାତି ଜବତ କରିବାରେ ସକ୍ଷମ ହୋଇଛନ୍ତି । ତେବେ ଏହାକୁ ବାହାରକୁ ଚାଲାଣ କରୁଥିବା ୪ ଶିକାରୀଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଗିରଫମାନେ ନିହଲ ପ୍ରସାଦ କରଡ଼ାବଣୀର ସଞ୍ଜୟ ଜଟ(40) ପିତା ନନ୍ଦକିଶୋର ଜଟ, ବଳରାମ ସାହୁ(27) ପିତା ଗନ୍ଧର୍ବ ସାହୁ , ଗଡ଼ ଖାଙ୍କିରା ଗ୍ରାମର ଶ୍ରୀକୃଷ୍ଣ ସାହୁ(60)ପିତା ବଲରାମ ସାହୁ ଓ ଟୋଲର ପଶି ଗ୍ରାମର ବଙ୍ଗାଳି ଦେହୁରୀ(50) ନଟବର ଦେହୁରୀ ମାନଙ୍କୁ ଗିରଫ ପରେ କୋର୍ଟ ଚାଳନା କରାଯାଇଛି।



