ସାବଧାନ ବସ ଷ୍ଟାଣ୍ଡ ରେ ବୁଲୁ ଛନ୍ତି ଲୁଟେରା

ଜେ ବି ଏନ, ୨୧/୦୧ /୨୦୨୧, (ରିପୋର୍ଟ, ଭ୍ରମରବର ବେହେରା), କଟକ : ଆଜି ସନ୍ଧ୍ୟା ରେ କଟକ ଜିଲ୍ଲା ର ଏ ସି ପି ଶ୍ରୀ ଶୁଭ ନାରାୟଣ ମୁଦୁଲି ଏକ ସାମ୍ବାଦିକ ସମ୍ମିଳନୀ ରେ ଏକ ଚାଞ୍ଚଲ୍ୟକର ତଥ୍ୟ ରଖି ଛନ୍ତି l ଗତ କିଛି ଦିନ ହବ କଟକ ବାଦାମବାଡି ପୁଲିସ ଦୁଇ ଜଣ ଅପରାଧି କୁ ଧରିବା ରେ ସମର୍ଥ ହୋଇଥିଲା l ସେମାନେ ହେଲେ କଟକ ଭୁବନେଶ୍ଵର ରେ ବୁଲୁ ଥିବା ଚାଲାକ ଲୁଟେରା l ଏ ସି ପି ଙ୍କ କଥା ଅନୁସାରେ ସେଇ ଦୁର୍ବୃତ୍ତ ମାନେ ବସ ରେ ଯାତ୍ରା କରୁଥିବା ଲୋକ ଙ୍କ ସହ ବନ୍ଧୁ ତା କରି ତାଙ୍କୁ ନିଶା ବଟିକା ଓ ଚକାଲେଟ ଦେଇ ବେହୋସ୍ କରି ଲୋକଙ୍କର ମୋବାଇଲ, ଚେନ, ଟଙ୍କା ବ୍ୟାଗ୍ ନେଇ ଯାଉଥିଲେ। ଏଇ ଘଟଣା ରେ କାଲି ବାଦାମବାଡ଼ି ପୁଲିସ ଦୁଇ ଜଣ ଦୁର୍ବୁତ୍ତଙ୍କୁ ଧରିବା ସହ ତାଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି l ଦେଖନ୍ତୁ କଣ କହୁଛନ୍ତି ଏ ସି ପି l



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)