ଅସମ୍ପୁର୍ଣ୍ଣ ଠିକା କାମ ର ବିଲ? କାମ ସମ୍ପୂର୍ଣ୍ଣ ନକରି ବିଲ କେମିତି ପାଇଲେ ଠିକାଦାର
ଜେ ବି ଏନ, ୨୨/୦୧ /୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ/କିଶୋରନଗର : ପୁଣି ସାମ୍ନା କୁ ଆସିଲା ଠିକାଦାର ଙ୍କ ମନମୁଖୀ ଶାସନ l ଅନଗୁଳ ଜିଲ୍ଲା କିଶୋର ନଗର ବ୍ଲକ ନୁନକାପଶି ଗ୍ରାମ ପଂଚାୟତ ର କଦଳୀମୁଣ୍ଡା ର ଗାଁ ସାହି ଠାରୁ ଆସିଛି ଏକ ସଙ୍ଗିନ ଅଭିଯୋଗ l ଗ୍ରାମବାସୀ ଙ୍କ ସୂତ୍ର ରୁ ପ୍ରକାଶ ଯେ କଦଳୀ ମୁଣ୍ଡା ଗ୍ରାମରେ( ଏକ ଏନ.ଆର.ଜି.ଏସ )ରେ ଏକ ବନ୍ଧ କୁ ସିମେଣ୍ଟ ବାଉଣ୍ଡରୀ କରିବା ଓ ଚାରି ପାଖରେ ମାଟି ଫିଲିଙ୍ଗ କରିବା ପାଇଁ କାମ ଆସିଥିଲା ଓ ସେହି କାମକୁ ସୁଶୀଲ ବାବୁ କଣ୍ଟ୍ରାକ୍ଟର ଭାବେ ପାଇଥିଲେ l ବାବୁ ଜଣଙ୍କ ବ୍ଲକ ର ଭାଇସ ଚେୟାରମ୍ୟାନ ମଧ୍ୟ ଅଛନ୍ତି l କିନ୍ତୁ ବହୁ ଦିନ ଧରି କାମ କୁ ସମ୍ପୂର୍ଣ୍ଣ କରୁ ନାହାନ୍ତି ଯାହାଦ୍ୱାରା ତାଙ୍କର ଗାଈ ଗୋରୁ l ସେଠାରେ ପଡି ମୃତୁ ବରଣ କରୁଛନ୍ତି ଓ ସେହି ରାସ୍ତା ଦେଇ ଗ୍ରାମବାସୀମାନେ ନିଜ ଜମିକୁ ଜିବା ଆସିବା କରିଥାନ୍ତି ତେଣୁ ତାଙ୍କର ମଧ୍ୟ ଜୀବନ କୁ ବିପଦ ରହୁଅଛି lସେପଟେ ଆଜି ଗ୍ରାମ ବାସି ୪୦ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଏକତ୍ରିତ ହୋଇ ସରପଞ୍ଚ ଙ୍କ ଦ୍ୱାରସ୍ଥ ହୋଇଥିଲେ ତାଙ୍କୁ ସରପଞ୍ଚ ବାବୁ କହିଲେ କି କାମ ସମ୍ପୁର୍ଣ୍ଣ ହୋଇଯାଇଛି ଓ କଣ୍ଟ୍ରାକ୍ଟର ସୁଶୀଲ ବାବୁ ଙ୍କୁ ବିଲ ପେମେଂଟ ହୋଇ ସାରିଛି । କିନ୍ତୁ ଗ୍ରାମ ବାସୀଙ୍କର ଅଭିଯୋଗ ଯେ କାମ ସମ୍ପୂର୍ଣ୍ଣ ନ ହୋଇ କେମିତି ପେମେଂଟ ହେଲା ଏପଟେ ସୁଶୀଳ ବାବୁଙ୍କୁ ପଚାରିବାରୁ ସେ କହିଲେ କି ହଁ ସେ ପେମେଂଟ ପାଇ ସାରିଛନ୍ତି ମାଟି ମିଳିବାରେ ଅସୁବିଧା ହେଉ ଥିବାରୁ କାମ ଅ ସମ୍ପୂର୍ଣ୍ଣ ଅଛି ମୁ ଦିନେ ଦୁଇଦିନ ଭିତରେ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିଦେବି । ସେପଟେ ଜିଲ୍ଲା ପରିଷଦ ସଭ୍ୟା ଜୟନ୍ତୀ ପ୍ରଧାନ ମ୍ୟାଡ଼ମ ଙ୍କୁ ପଚାରି ବାରୁ ସେ କହିଲେ ଏ ବିଷୟ ରେ ମୁ ଜାଣିନି ମୁ ବିଡ଼ିଓ ଓ ଜେଇ ଙ୍କୁ ପ୍ରଚାରି କି କହିବି ଓ ତିନି ବର୍ଷ ପରେ ହୋଇ ଗଲାଣି ଯାହା ଗ୍ରାମ ବାସୀ ମାନେ ଅଭିଯୋଗ କରୁଛନ୍ତି l ସୁଶୀଲ ବାବୁ ଙ୍କର ଏପରି ମନମୁଖୀ କାମ ପାଇଁ ଗ୍ରାମ ବାସୀ ମାନେ ତୀବ୍ର ବିରୋଧ କରୁଛନ୍ତି l ସେପଟେ( ଜେ. ଇ ) ଶ୍ରୀ ସ୍ୱାଇଁ ବାବୁଙ୍କୁ ଫୋନ ଯୋଗେ ପଚାରିବାରୁ ସେ କହିଲେ ଏ ବିଷୟ ରେ ମୁ କିଛି କହି ପାରିବି ନାହିଁ। ମୁ ଏବେ ନୁଆଁ ଆସିଛି ଯଦି ସୁଶୀଲ ବାବୁ କାମ କରିଛନ୍ତି ତାଙ୍କୁ ପଚାରନ୍ତୁ। ମୁ ଏ ବିଷୟ ରେ କିଛି ଉତର ଦେଇ ପାରିବି ନାହିଁ। ସେପଟେ ଏହି ତନାଘନା ରେ ଟ୍ରାକ୍ଟର ଯୋଗେ ମାଟି ପଡିବାର ସୂଚନା ମିଳିବା ପରେ ଜେଇ ଓଲଟି ଆମକୁ ପଚାରୁଛନ୍ତି ମାଟି କିଏ ଗ୍ରାମବାସୀ ପକାଉଛନ୍ତି ନା କିଏ ? ତେଣୁ ଏଭଳି ସ୍ଥିତିରେ ଏହାର ଉଚିତ ଓ ନିରପେକ୍ଷ ତଦନ୍ତ ହେଲେ ଯାଇ ଜଣା ପଡିବ କେତେ ଟଙ୍କାର କାମ ହୋଇଥିଲା ଓ କେବେ କେମିତି କାମ ଅସମ୍ପୂର୍ଣ୍ଣ ଅବସ୍ଥାରେ ବିଲ ପେମେଂଟ ହେଲା ଓ ଏଥିରେ କାହା କାହାର ହାତ ଅଛି। ସାଧାରଣ ଜନତାଙ୍କ ଟିକସକୁ ସମସ୍ତେ ମିଳିମିଶି ଚଳୁ କରୁ ନାହାନ୍ତି ତ ? ଏ ଭଳି ବିଭିନ୍ନ ପ୍ରଶ୍ନ ଉଠୁଛି । ଏଠାରେ ଯଦି ଗୋଟିଏ କାର୍ଯ୍ୟ ରେ ଏଭଳି ହୋଇଛି ତାହାହେଲେ ଆଉ କେତେ ଯେ ଦୁର୍ନୀତି ହୋଇ ନ ଥିବ ଯାହାକି ତଦନ୍ତ ସାପେକ୍ଷ ।




